ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲଙ୍କୁ ସିବିଆଇ ସମନ

ଜମ୍ମୁକାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଳ ମଲ୍ଲିକଙ୍କୁ ସିବିଆଇ ସମନ । କେନ୍ଦ୍ର ସରକାର ବିରୋଧରେ ମନ୍ତବ୍ୟ ଦେବାପରେ ସେ ଏବେ ଚର୍ଚାରେ ଅଛନ୍ତି । ଦୁର୍ନୀତି ମାମଲାକୁ ନେଇ ସେ ସାକ୍ଷାତକାର ଦେଇଥିବାରୁ ତାଙ୍କୁ ସିବିଆଇ ସମନ ଜାରି କରିଛି । ଏପରିକି ସେ ମୋଦି ସରକାରଙ୍କୁ ମଧ୍ୟ ଅଙ୍ଗୁଳି ଉଠାଇ ଆସୁଛନ୍ତି ।
ସାକ୍ଷାତକାରରେ ଜାତୀୟ ନିରାପତ୍ତା ଏବଂ ଦୁର୍ନୀତି ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭିମୁଖ୍ୟ ବିଷୟରେ ଅନେକ ଖୁଲାସା କରିଥିଲେ ସତ୍ୟପାଲ ମଲ୍ଲିକ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତାଙ୍କୁ ଡକାଇଛି। ଏପ୍ରିଲ ୨୮ରେ ସେ ସିବିଆଇ ପ୍ରଶ୍ନର ଉତ୍ତର ଦେବାକୁ ସେ ନୂଆଦିଲ୍ଲୀସ୍ଥିତ ସିବିଆଇ କାର‌୍ୟ୍ୟାଳୟକୁ ଯିବେ।