ଶ୍ରମିକ ଶିବିରରେ ଭୟଙ୍କର ଅଗ୍ନିକାଣ୍ଡ,ଉପସ୍ଥିତ ଥିବା ସମସ୍ତଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର
ମହାରାଷ୍ଟ୍ର ମୁମ୍ବାଇର ମୁଲୁଣ୍ଡ ପୂର୍ବରେ ଥିବା ଟାଟା କଲୋନୀର ଏକ ଶ୍ରମିକ ଶିବିରରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ପରେ ଶିବିରରେ ରହୁଥିବା ବହୁ ସଂଖ୍ୟକ ଶ୍ରମିକ ଜୀବନ ବଞ୍ଚାଇବାକୁ ଦୌଡ଼ି ପଳାଇଥିଲେ, ଯାହା ଫଳରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଛି ।
ଜୋନାଲ ଡିସିପିଙ୍କ ଅନୁଯାୟୀ, ଅଗ୍ନିକାଣ୍ଡ ଘଟିଥିବା ଏହି ଶ୍ରମିକ ଶିବିର ଧାରାଭିରୁ ବିସ୍ଥାପିତ ପରିବାରଗୁଡ଼ିକୁ ପୁନର୍ବାସ କରିବା ପାଇଁ ନିର୍ମିତ ଏକ ପ୍ରକଳ୍ପ କମ୍ପ୍ଲେକ୍ସ ମଧ୍ୟରେ ଅବସ୍ଥିତ । ଅଗ୍ନିକାଣ୍ଡ ପରେ ଶିବିରରେ ଉପସ୍ଥିତ ଥିବା ସମସ୍ତଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି । ଏପର୍ଯ୍ୟନ୍ତ କୌଣସି ଆହତ କିମ୍ବା ମୃତ୍ୟୁର ରିପୋର୍ଟ ମିଳିନାହିଁ । ଏପର୍ଯ୍ୟନ୍ତ ସାତଟି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଛି । ତେଣୁ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି । ଏହି ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ ପାଇଁ ୧୫ଟି ଦମକଳ ଗାଡ଼ି, ଆମ୍ବୁଲାନ୍ସ ଓ ପୋଲିସ ଟିମ୍ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।