ଲକ୍ଷ୍ନୌର ଅଲିଗଞ୍ଜସ୍ଥିତ ପୁରନିୟା ଅଞ୍ଚଳ ଅଗ୍ନିକାଣ୍ଡ , ୧୪ ମୃତ
ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଅଲିଗଞ୍ଜସ୍ଥିତ ପୁରନିୟା ଅଞ୍ଚଳରେ ସୋମବାର ହୋଇଥିବା ଭୀଷଣ ଅଗ୍ନିକାଣ୍ଡ ସାରା ସହରକୁ ସ୍ତବ୍ଦ କରିଦେଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ପୁଷ୍ଟି ହୋଇଛି। ମୃତମାନଙ୍କ ବୟସ ୨୦ରୁ ୨୪ ବର୍ଷ ମଧ୍ୟରେ କୁହାଯାଉଛି । ଏଣୁ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।ଘଟଣା ସମୟରେ ବିଲ୍ଡିଂରେ ଅଚାନକ ନିଆଁ ଲାଗିଯାଇଥିଲା। ମାତ୍ର କିଛି ମିନିଟ୍ ରେ ବିଲ୍ଡିଂ ନିଆଁ ଓ ଧୂଆଁରେ ଭରି ଯାଇଥିଲା। ବିଲ୍ଡିଂରେ ନିଆଁ ଲାଗିବା ମାତ୍ରେ ହଇଚଇ ସୃଷ୍ଟି ହୋଇଥିଲା ଓ ଲୋକେ ଯିଏ ଜୁଆଡେ ପାଇଲେ ଜୀବନ ବଞ୍ଚାଇବାକୁ ପଳାଇଥିଲେ।
ପ୍ରାରମ୍ଭିକ ପର୍ଯ୍ୟାୟରେ ଘଟଣାକୁ କୋଚିଂ ସେଣ୍ଟର ଓ ଲାଇବ୍ରେରୀ ସହ ଯୋଡା ଯାଇଥିଲା। ତେବେ ପରେ ବରିଷ୍ଠ ପୋଲିସ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ବିଲ୍ଡିଂରେ ନା କୌଣସି କୋଚିଂ ସେଣ୍ଟର ଚାଲିଥିଲା ନା ସେଠାରେ କୌଣସି ଲାଇବ୍ରେରୀ ଥିଲା। ବିଲ୍ଡିଂର ତଳ ମହଲାରେ ଏକ ପେଟ୍ ସପ ଥିବା ବେଳେ ଉପର ମହଲାରେ ଗେମିଂ ଜୋନ ଥିଲା, ଯେଉଁଠି କର୍ମଚାରୀ ଗେମିଂ ସଫ୍ଟୱେର ଉପରେ କାମ କରୁଥିଲେ। ନିଆଁ ଲାଗିବାରୁ ଉପମହଲରେ କାମ କରୁଥିବା ଲୋକେ ଧାଁ ଧପଡ କରିଥିଲେ। କିଛି ଲୋକେ ବାଥ ରୁମରେ ପଶି ଯାଇଥିବାର ଅପୁଷ୍ଟ ସୂଚନା ଆସିଥିଲା। ତେବେ ଦମକଳ ବିଭାଗ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଚଳାଇ ସମସ୍ତଙ୍କୁ ସୁରକ୍ଷିତ ବାହାରକୁ ଆଣିଥିଲେ।
ନିଆଁ ଏତେ ଭୟାନକ ରୂପ ଧାରଣ କରିଥିଲା ଯେ କିଛି ଲୋକେ ବିଲ୍ଡିଂରୁ ଜୀବନ ବଞ୍ଚାଇ ବାହାରିବାକୁ ଘରର ତାଜା ଓ ବିଭିନ୍ନ ନିର୍ମାଣ ଅଂଶକୁ ଧରି ରହିଥିବାର ଦେଖା ଯାଇଥିଲେ। ଏଥିରେ ଜଣେ ବ୍ୟକ୍ତି ଜୀବନ ବଞ୍ଚାଇବାକୁ ବିଲ୍ଡିଂରୁ ତଳକୁ ଡେଇଁ ପଡିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦମକଳ କର୍ମଚାରୀଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁ ନିଆଁ ଆୟତ୍ତ ହୋଇଛି ଏବେ କୁଲିଂ ପ୍ରୋସେସ୍ ଜାରି ରହିଛି। ଘଟଣାର ସୂଚନା ମିଳିବାମାତ୍ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାମଲାର ସଂଜ୍ଞାନ ନେଇଛନ୍ତି ଓ ତତ୍କାଳ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ମଧ୍ୟ ଘଟଣାସ୍ଥଳକୁ ପହଞ୍ଚି ପରିସ୍ଥିତି ସମୀକ୍ଷା କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ୪-୫ ଜଣ ଫଶି ରହିଥିବାର ଆଶଙ୍କା କରାଯାଉଥିଲା। ତେବେ ପରେ ସମସ୍ତଙ୍କୁ ସୁରକ୍ଷିତ ବାହାରକୁ ବାହାର କରାଯାଇଛି। ପୋଲିସ ଓ ପ୍ରଶାସନ ସ୍ପଷ୍ଟ କରିଛନ୍ତି ଯେ ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି ଓ ଉଦ୍ଧାର ଅଭିଯାନ ଶେଷ ହୋଇଛି। ଘଟଣାରେ ମୁଖ୍ୟମନ୍ତ୍ରୀ ପୀଡ଼ିତ ପରିବାରଙ୍କ ପ୍ରତି ସମ୍ବେଦନା ଜଣାଇଥିବା ବେଳେ ଘଟଣା ପାଇଁ ଦୋଷୀ ଲୋକଙ୍କୁ ଚିହ୍ନଟ କରି କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି।