ଦିଲ୍ଲୀରେ ଏକ ମାସ ପାଇଁ ୧୪୪ ଧାରା ଲାଗୁ

ନୂଆଦିଲ୍ଲୀ: କୃଷକଙ୍କ ‘ଦିଲ୍ଲୀ ଚଲୋ’ ଶୋଭାଯାତ୍ରା ଯୋଗୁଁ   ଦିଲ୍ଲୀରେ ଏକ ମାସ ପାଇଁ ୧୪୪ ଧାରା ଲାଗୁ  ।  ଦିଲ୍ଲୀ ପୁଲିସ ଏକ ମାସ ପାଇଁ ଜାତୀୟ ରାଜଧାନୀରେ କ୍ରିମିନାଲ ପ୍ରୋସିଜର କୋଡ୍ (ସିଆରପିସି)ର ଧାରା ୧୪୪ ଲାଗୁ କରିଛି। ୧୪୪ ଧାରା ଲାଗୁ ହେବା ଫଳରେ ରାଜଧାନୀରେ ସଭା, ଶୋଭାଯାତ୍ରା କିମ୍ବା ରାଲି ଓ ଲୋକଙ୍କୁ ନେଇ ଯାଉଥିବା ଟ୍ରାକ୍ଟର ଟ୍ରଲି ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ରହିବ। ୨୦୦ କୃଷକ ସଂଗଠନ ଦିଲ୍ଲୀ ଅଭିମୁଖେ ପଦଯାତ୍ରା କରିବେ। ଅସମ୍ପୂର୍ଣ୍ଣ ରହିଥିବା ଆନ୍ଦୋଳନକୁ ସମ୍ପୂର୍ଣ୍ଣ କରିବା ପାଇଁ କୃଷକ ସଂଗଠନ ପୁଣି  ଆନ୍ଦୋଳନ ପାଇଁ ପ୍ରସ୍ତୁତ ଅଛନ୍ତି।