ତାମିଲନାଡ଼ୁରେ 2 ଓଡ଼ିଆ ଦାଦନଙ୍କୁ ହତ୍ୟା

ତାମିଲନାଡ଼ୁରେ 2 ଦାଦନଙ୍କୁ ହତ୍ୟା କରାଯାଇଛି। ତାମିଲନାଡ଼ୁକୁ ଦାଦନ ଖଟିବାକୁ ଯାଇ 2 ଯୁବକଙ୍କ ମୃତ୍ୟୁ ହୋଇଛି ।ଚେନ୍ନାଇ ସେଣ୍ଟ୍ରାଲ ନିକଟ ପେରାମ୍ବର ଷ୍ଟେସନରୁ ମୃତଦେହକୁ ଉଦ୍ଧାର କରିଛି ପୋଲିସ ।2 ମୃତଦେହ ଉଦ୍ଧାର ନେଇ ସୂଚନା ଦେଲା ତାମିଲନାଡ଼ୁ ପୋଲିସ ।  2 ମୃତକ ହାତୀଶାଲପଡ଼ାର ଉମେଶ ପାଣ୍ଡେ ଓ କୁନୁ ବନୁଚୁର । ହତ୍ୟା ଅଭିଯୋଗ ଆଣିଲେ 2 ମୃତକଙ୍କ ପରିବାର ।