ଦିଲ୍ଲୀ ବିଧାନସଭା ନିର୍ବାଚନ – ଭୋଟ ଗଣତି ଆରମ୍ଭ
ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଆଜି ସନ୍ଧ୍ୟା ପୂର୍ବରୁ ଘୋଷଣା ହେବାକୁ ଯାଉଛି। ୭୦ ଆସନ ବିଶିଷ୍ଟ ଏହି ନିର୍ବାଚନ ଫଳାଫଳ ହିଁ ନିର୍ଦ୍ଧାରଣ କରିବ ଯେ ଆପ୍ କ୍ରମାଗତ ତୃତୀୟ ଥର ପାଇଁ ଦିଲ୍ଲୀରେ କ୍ଷମତାରେ ରହିବ ନା ବିଜେପି ୨୭ ବର୍ଷ ପରେ କ୍ଷମତାକୁ ଫେରିବ। ୨୦୧୫ ଏବଂ ୨୦୨୦ରେ ହୋଇଥିବା ନିର୍ବାଚନରେ ଆପ୍ ଜବରଦସ୍ତ ବିଜୟ ହାସଲ କରିଥିଲା। କିନ୍ତୁ ଏଥର ବିଜେପି ଆକ୍ରମଣାତ୍ମକ ପ୍ରଚାର ସହ ପଡ଼ିଆକୁ ଓହ୍ଲାଇଥିଲା। ପୂର୍ବାହ୍ଣ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଯାଇଛି। ମତଦାନ ଆସିବା ପୂର୍ବରୁ ନେତାମାନଙ୍କର ହୃଦ୍ସ୍ପନ୍ଦନ ବଢ଼ିବାରେ ଲାଗିଛି।