ଢ଼ିଲା ସୁରକ୍ଷା ପାଇଁ ମାଓବାଦୀ ନେଲେ ଯବାନଙ୍କ ଜୀବନ!
ଦାନ୍ତେଓ୍ବାଡା: ମାଓବାଦୀ ଅଞ୍ଚଳରେ ଯେମିତି ସତର୍କତା ଅବଲମ୍ବନ କରିବା କଥା ତାହା କରାଯାଇନାହିଁ । ଏହା ହିଁ ଛତିଶଗଡ଼ର ଦାନ୍ତେଓ୍ବାଡାରେ ମାଓବାଦୀ ଆକ୍ରମଣରେ ଯବାନ ସହିଦ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ସାରା ଦେଶରେ ଏହି ଘଟଣାକୁ ନିନ୍ଦା କରାଯାଇଥିବା ବେଳେ ଢ଼ିଲା ସୁରକ୍ଷା କାହିଁକି ସେ ନେଇ ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ । ଏହି ଅଂଚଳ ନକ୍ସଲମାନଙ୍କ ଆଡ୍ଡା ହୋଇଥିବା ବେଳେ ଜାଣିଶୁଣି ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ପରିଲିଖିତ ହେଉଛି । ସେହି ରାସ୍ତାରେ ଯବାନ ଆସୁଥିବା ଜାଣି ମଧ୍ୟ କାହିଁକି ସତର୍କ ନଥିଲା ପୋଲିସ ପ୍ରଶାସନସେ ନେଇ ପ୍ରଶ୍ନ ଉଠିଛି । ଯବାନଙ୍କ ପାଇଁ ସେହି ରାସ୍ତାକୁ କାହିଁକି ସୁରକ୍ଷିତ କରାଯାଇନଥିଲା। ପୋଲିସ ସୁରକ୍ଷା ଫେଲ ମାରିବାରୁ ୧୦ ଜଣ ଯବାନ ସହିଦ ହେବା ସହ ଜଣେ ଡ୍ରାଇଭରର ମୃତ୍ୟୁ ହେଲା ବୋଲି କୁହାଯାଉଛି ।
ପ୍ରଥମ କଥା ହେଲା ଗାଡି ବ୍ୟବସ୍ଥା ନହୋଇ ଭଡାରେ କଣ ପାଇଁ ଯବାନମାନେ ଯାଉଥିଲେ । ମାଓବାଦୀଙ୍କ ଗତିବିଧି ଜଣାପଡିବା ପରେ ସୁରକ୍ଷା ବ୍ୟବସ୍ଥା କଡା କଡି ପରିବର୍ତ୍ତେ ଢ଼ିଲା କରାଯାଇଥିବା କୁହାଯାଉଛି । ଗତକାଲି ଛତିଶଗଡ଼ର ଅରନପୁରରେ ମାଓବାଦୀଙ୍କ ଆଇଇଡି ଆକ୍ରମଣରେ ୧୦ ଯବାନ ସହିଦ ହୋଇଛନ୍ତି । ସିଆରପିଏଫର ଡିଆରଜି ଯବାନ ଏକ ଗୁପ୍ତ ଅପରେସନ ଆରମ୍ଭ କରିବା ସହ ସଫଳ ମଧ୍ୟ ହୋଇଥିଲେ। ସେଠାରୁ ଡିଆରଜି ଯବାନ ଏକ ଭଡ଼ା ଗାଡିରେ ଦାନ୍ତେଓ୍ବାଡା ଫେରୁଥିବା ବେଳେ ଅରନପୁର ନିକଟରେ ମାଓବାଦୀ ବିଛାଇଥିବା ଜାଲରେ ପଡ଼ିଯାଇଥିଲେ। ୫୦ କିଲୋ ଆଇଇଡି ବ୍ଲାଷ୍ଟ ଯୋଗୁଁ ଗାଡି ସମ୍ପୂର୍ଣ୍ଣ ଭାବେ ଧ୍ବଂସ ହୋଇଯାଇଥିଲା ।