ବଜେଟ ଅଧିବେଶନ ଆରମ୍ଭ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି
ଶୁକ୍ରବାର ବଜେଟ ଅଧିବେଶନ ଆରମ୍ଭ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି। ସଂସଦରେ ପୂର୍ବାହ୍ନ ୧୧ଟାରେ ଅଧିବେଶନ ଆରମ୍ଭ ହୋଇଯାଇଛି। ଆସନ୍ତାକାଲି ବା ଫେବ୍ରୁଆରି ୧ ତାରିଖରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ ହେବ।
କୁମ୍ଭମେଳା ଦୁର୍ଘଟଣାକୁ ମୁର୍ମୁ ଦୁଃଖ ପ୍ରକାଶ କରିବା ସହ ଗରିବ ଓ କୃଷକଙ୍କ ବିକାଶକୁ ଗୁରୁତ୍ବ ଦିଆଯାଉଥିବା କୁହିଛନ୍ତି। ସମ୍ବିଧାନ ନିର୍ମାତାଙ୍କୁ ମୁର୍ମୁ ପ୍ରଣାମ କରୁଛି ବୋଲି ତାଙ୍କ ଅଭିଭାଷଣରେ ପ୍ରକାଶ କରିଛନ୍ତି।
ସଂସଦ ଅଧିବେଶନ ଜୁନାଆରି ୩୧ ତାରିଖରୁ ଆରମ୍ଭ ହୋଇ ୪ଟି ପର୍ଯ୍ୟାୟରେ ଏପଅିଲ୍ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନର ପ୍ରଥମ ଭାଗ ଫେବ୍ରୁଆରି ୧୩ ତାରିଖରେ ଶେଷ ହୋଇ ଦ୍ବିତୀୟ ଭାଗ ମାର୍ଚ୍ଚ ୧୦ରେ ଆରମ୍ଭ ହେବ।