ବିହାରରେ ବିଧାନସଭା ନିର୍ବାଚନ ନେଇ ଆଜି ଦିନକୁ ସୁପର ଶନିବାର କୁହାଯାଉଛି । ଏନଡିଏ ସମେତ ମହାଗଠବନ୍ଧନର ବଡ଼ ନେତାମାନେ ମାରାଥନ ପ୍ରଚାର କରିଛନ୍ତି । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ପ୍ରିୟଙ୍କା ଆଜି ଦୁଇଟି ନିର୍ବାଚନୀ ରାଲିରେ ଯୋଗଦେବାର ଥିଲେ ମଧ୍ୟ ବର୍ଷା ଯୋଗୁ ଗୋଟିଏ ରାଲି ବାତିଲ ହୋଇଛି ।ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପ୍ରଚାର ପାଇଁ ମଝିରେ ଆଉ ମାତ୍ର ତିନିଦିନ । ଏନଡିଏ ଏବଂ ମହାଗଠବନ୍ଧନର ନେତାମାନେ ଜୋରଦାର ପ୍ରଚାର ଚଳାଇଛନ୍ତି । ପ୍ରଥମ ପର୍ଯ୍ୟାୟ ସହ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଚାଲିଛି । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ବିହାରରେ ପ୍ରଚାର କରିଛନ୍ତି । ବେଗୁସରାଇର ବଛୱାଡ଼ାରେ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନୀ ରାଲିରେ ଯୋଗଦେଇଥିଲେ । ଏନଡିଏ ସରକାରକୁ ସମାଲୋଚନା କରି ନୂଆ ବିହାର ଗଠନ ପାଇଁ ମହାଗଠବନ୍ଧନକୁ ଜିତାଇବାକୁ ଲୋକଙ୍କୁ ନିବେଦନ କରିଥିଲେ ପ୍ରିୟଙ୍କା ।ଏନଡିଏ ପକ୍ଷରୁ ଅମିତ ଶାହ ଏବଂ ଜେ.ପି ନଡ୍ଡା ଆଜି ବିହାରର ଏକାଧିକ ସ୍ଥାନରେ ପ୍ରଚାର କରିଥିଲେ । ନୀତୀଶ କୁମାର ମଧୁବନୀ, ଦରଭଙ୍ଗା ଓ ଶିବହରରେ ପ୍ରଚାର କରିଥିବା ବେଳେ ଜେଡିୟୁ ପକ୍ଷରୁ ନୀତୀଶଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଛଡ଼ାଯାଇଛି । ଭିଡିଓରେ ନୀତୀଶ କୁମାର କହିଛନ୍ତି, ୨୦୦୫ରେ ତାଙ୍କ ସରକାର ଆସିବା ପରେ ରାଜ୍ୟରେ ଆଇନଶୃଙ୍ଖଳାରେ ଉନ୍ନତି ଘଟିଛି । ସବୁ ବର୍ଗର ଲୋକଙ୍କ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଡବଲ-ଇଞ୍ଜିନ ସରକାର ଦ୍ୱାରା ବିକାଶ ଜାରି ରଖିବା ପାଇଁ ପୁଣି ଏନଡିଏକୁ ଭୋଟ୍ ଦେବାକୁ ନୀତୀଶ କୁମାର ଅନୁରୋଧ କରିଛନ୍ତି ।ଆରଜେଡି ନେତା ତଥା ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ଆଜି ୧୬ଟି ନିର୍ବାଚନୀ ରାଲିରେ ଯୋଗଦେଇଥିବା ବେଳେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ମଧ୍ୟ ମହାଗଠବନ୍ଧନ ପାଇଁ ପ୍ରଚାର କରିଥିଲେ ।
Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
Next Post