ବିଜାପୁର ଠାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୩୧ ଜଣ ମାଓବାଦୀ ମୃତ
ଲାଲଗଡ କୁହାଯାଉଥିବା ଛତିଶଗଡର ବିଜାପୁର ଠାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଗୁଳିବିନିମୟରେ ୩୧ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ମାଓବାଦୀଙ୍କ ଗୁଳିରେ ୨ ଜଣ ଯବାନ ସହିଦ ହୋଇଛନ୍ତି । ଏହାସହ ୪ ଜଣ ଯବାନ ଗୁରୁତର ମଧ୍ୟ ହୋଇଛନ୍ତି ।
ଘଟଣା ସ୍ଥଳରୁ ଯବାନଙ୍କୁ ଉଦ୍ଧାର କରିବାକୁ ଜଗଦଲପୁରରୁ ଏମଆଇ ହେଲିକପ୍ଟର ପଠାଯାଇଛି । ଏବେ ବିଜାପୁରରେ ପଂଚାୟତ ନିର୍ବାଚନ ହେଉଛି । ଏଣୁ ନକ୍ସଲମାନେ ଏହି ନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିବା ଜଣାପଡିଛି । ଜଣେ ପୋଲିସ ଅଧିକାରୀ କହିଛନ୍ତି କି, ଇନ୍ଦ୍ରାବତୀ ରାଷ୍ଟ୍ରୀୟ ଉଦ୍ୟାନ ନିକଟରେ ପୋଲିସ ଅପରେଶନ ଚଳାଇଥିବା ବେଳେ ମାଓବାଦୀମାନେ ହଠାତ ଆକ୍ରମଣ କରିଥିଲେ । ପ୍ରାଥମିକ ସୂଚନା ମୁତାବକ ଏହି ଆକ୍ରମଣ ଓ ପ୍ରତିଆକ୍ରମଣରେ ୩୧ ଜଣ ନକ୍ସଲ ନିହତ ହୋଇଛନ୍ତି ।