ଭବ୍ୟ ରାମମନ୍ଦିର ନିର୍ମାଣରେ ୧୮୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ

ଶ୍ରୀରାମଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କ କହିବା ଅନୁସାରେ, ଭବ୍ୟ ରାମମନ୍ଦିର ନିର୍ମାଣରେ ୧୮୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ପ୍ରଥମେ ଅନୁମାନ କରାଯାଉଥିଲା କି, ମନ୍ଦିର ନିର୍ମାଣରେ ପାଖାପାଖି ୪୦୦ କୋଟି ଟଙ୍କା ଖର୍ଚ୍ଚ ହେବ । କିନ୍ତୁ ବର୍ତ୍ତମାନ ଆକଳନ କରାଯାଉଛି ଭବ୍ୟ ରାମମନ୍ଦିର ନିର୍ମାଣରେ ୧୮୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ଚମ୍ପକ ରାୟ ସ୍ପଷ୍ଟ କରିଛନ୍ତି କି, ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଉଛି ।
ରାମ ଜନ୍ମଭୂମୀ ପରିସରରେ ହିନ୍ଦୁ ଧର୍ମ ସହ ଜଡିତ ମହାନ୍ ସାଧୁ ସନ୍ଥଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ଯେପରିକି, ମହର୍ଷି ବାଲ୍ମିକି, ମହର୍ଷି ବିଶ୍ୱାମିତ୍ର, ମହର୍ଷି ଅଗସ୍ତ୍ୟ, ମାତା ଶବରୀ, ଜଟାୟୁଙ୍କୁ ସମ୍ମାନପୂର୍ବକ ପୂଜା ପାଇଁ ସ୍ଥାନ ଦେବାକୁ ବୈଠକରେ ନିସ୍ପତ୍ତି ହୋଇଛି ।