ଟ୍ରମ୍ପଙ୍କୁ ମାରିବାକୁ ଧମକ ଦେଲା ଅଲକାଏଦା ନେତା ସାଦ୍ ବିନ୍ ଆତିଫ୍
ପୁଣି ଆତଙ୍କବାଦୀଙ୍କ ଟାର୍ଗେଟରେ ଆମେରିକା । ଯେଉଁଠି ଦେଖୁଛ, ସେଠି ହତ୍ୟା କର । କିଛି ଏପରି ଧମକ ଦେଇଛନ୍ତି ଅଲକାଏଦା ନେତା ସାଦ୍ ବିନ୍ ଆତିଫ୍ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ବିଶିଷ୍ଟ ବ୍ୟବସାୟୀ ଏଲନ ମସ୍କ ମଧ୍ୟ ତାଙ୍କ ଟାର୍ଗେଟରେ ରହିଛନ୍ତି । ଏକ ଭିଡ଼ିଓ ଜରିଆରେ ହତ୍ୟା କରିବାକୁ ଧମକ ଦେଇଛନ୍ତି ଆତିଫ୍ । ସାଦ୍ ବିନ୍ ଆତିଫ୍ ଅଲକାଏଦାର ଜଣେ ବରିଷ୍ଠ କମାଣ୍ଡର । ସେ ତାଙ୍କର ସଦସ୍ୟ ଏବଂ ଆମେରିକୀୟ ମୁସଲମାନ ମାନଙ୍କୁ ଏହି ତିନି ଜଣ ହାଇପ୍ରୋଫାଇଲ୍ ବ୍ୟକ୍ତିତ୍ୱଙ୍କୁ ହତ୍ୟା କରିବାକୁ ଟାର୍ଗେଟ କରିଛନ୍ତି । ଆମେରିକାରେ ଦୀର୍ଘ ସମୟ ଧରି ନିରବ ରହିଥିବା ଭୟଙ୍କର ଆତଙ୍କବାଦୀ ସଂଗଠନ ଅଳକାଏଦା ଏବେ ଏକ ଧମକ ପୂର୍ଣ୍ଣ ଭିଡ଼ିଓ ଜାରି କରିଛି ।