ଶିବଲିଙ୍ଗର କାର୍ବନ ଡେଟିଂ କରିବାକୁ ଅନୁମତି

ବାରାଣାସୀ:  ଜ୍ଞାନବାପି ମାମଲାରେ ବଡ଼ ରାୟ । ହିନ୍ଦୁ ପକ୍ଷଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ ।  ଆହ୍ଲାବାଦ ହାଇକୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା କୁ ମସଜିଦ ମଧ୍ୟରେ ଥିବା ଶିବଲିଙ୍ଗର କାର୍ବନ ଡେଟିଂ କରିବାକୁ ଅନୁମତି ଦେଇଛନ୍ତି । ଏହା ଦ୍ବାରା ଶିବଲିଙ୍ଗ କେତେ ବର୍ଷର ପୁରୁଣା ତାହା ଜଣାପଡିବ ।  କାର୍ବନ ଡେଟିଂ ମାଧ୍ୟମରେ କଥିତ ଶିବଲିଙ୍ଗର ବୈଜ୍ଞାନିକ ସର୍ବେକ୍ଷଣ ପାଇଁ ଆହ୍ଲାବାଦ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ହାଇକୋର୍ଟ ଏହା ଉପରେ ଶୁଣାଇ କରି ଏପରି  ରାୟ ଦେଇଛନ୍ତି । ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଏଏସ୍ଆଇକୁ ଶିବଲିଙ୍ଗକୁ କ୍ଷତି ନପହଞ୍ଚାଇ ଏହି ସର୍ଭେ କରିବାକୁ ପଡ଼ିବ।