ବାଂଲାଦେଶର ଢାକାରେ ଜେଟ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି

ବାଂଲାଦେଶର ଢାକାରେ ଜେଟ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । F-7 ଟ୍ରେନର ଏୟାରକ୍ରାଫ୍ଟ ଦୁର୍ଘଟଣାରେ ପାଇଲଟଙ୍କୁ ମିସାଇ ୧୬ ଜଣଙ୍କର ମୃତ୍ୟୁ ଏବଂ ୭୦ ଜଣ ଆହତ ହୋଇଛନ୍ତି ।  ଆଜି ଦିନ ପ୍ରାୟ ୧:୩୦ ସମୟରେ ବଂଲାଦେଶର ରାଜଧାନୀ ଢାକାରେ  ଜେଟ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।ଢ଼ାକାର ଉତ୍ତରାରେ ଥିବା ଦିଆବାରି ଅଞ୍ଚଳରେ ବାଂଲାଦେଶ ବାୟୁସେନାର ଏକ ଏଫ୍-୭ ତାଲିମ ପ୍ରଦାନକାରୀ ଏୟାରକ୍ରାପ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ମାଇଲଷ୍ଟୋନ୍ କଲେଜର ଉତ୍ତରା କ୍ୟାମ୍ପସରେ ବିମାନଟି ଧକ୍କା ଖାଇଥିବା କୁହାଯାଉଛି । ଦୁର୍ଘଟଣା ଘଟିବା ବେଳେ କ୍ୟାମ୍ପସରେ ପିଲା ଥିଲେ ବୋଲି ଜଣାଯାଇଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବାଂଲାଦେଶ ସେନା କର୍ମଚାରୀ ଏବଂ ଅଗ୍ନିଶମ ବାହିନୀ ଏବଂ ସିଭିଲ ଡିଫେନ୍ସର ଆଠଟି ୟୁନିଟ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

Leave a comment