ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ବାସଭବନରୁ ମିଳିଛି ପୁଳାପୁଳା ଟଙ୍କା

ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ବାସଭବନରୁ ମିଳିଛି ପୁଳାପୁଳା ଟଙ୍କା । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହା ଉପରୁ ପରଦା କୌଣସି ତଦନ୍ତକାରୀ ସଂସ୍ଥା ଉଠାଇ ନାହାଁନ୍ତି ବଂର ଅଗ୍ନିକାଣ୍ଡରୁ ଜଣାପଡିଛି । ବିଚାରପତି ଘରେ ନଥିବାବେଳେ ଅଗ୍ନିକାଣ୍ଡ ଘଟିଥିଲା ଓ ପରିବାର ଲୋକ ଦମକଳବାହିନୀକୁ ଡାକିଥିଲେ । ତେବେ ନିଆଁ ଲିଭାଇବା ସମୟରେ ବିଚରାପତି ଯଶୱନ୍ତ ବର୍ମାଙ୍କ ଘରୁ ନୋଟ ବଣ୍ଡଲ୍ ମିଳିଥିଲା ।ସେଥିମଧ୍ୟରୁ କିଛି ପୋଡିଯାଇଥିବା ମଧ୍ୟ ସୂଚନା ରହିଛି । ତେବେ ଏହି ଘଟଣା ଚର୍ଚ୍ଚା ସାଉଁଟିବା ସହ ନ୍ୟାୟପାଳିକା ଉପରେ ପ୍ରଶ୍ନ ଉଠାଇଛି । ନ୍ୟାୟପାଳିକା ପ୍ରତି ଲୋକଙ୍କ ବିଶ୍ୱାସ ବଜାୟୀ ରଖିବା ପାଇଁ କଲେଜିୟମ ଜଷ୍ଟିସ ବର୍ମାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବା ପାଇଁ ବିଚାର କରୁଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ପ୍ରଥମେ ଘଟଣା ସମ୍ପର୍କରେ ରିପୋର୍ଟ ଦେବାକୁ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ କହିଛନ୍ତି । ତେବେ ଘଟଣାକୁ ରାଜ୍ୟସଭାରେ ଉଠାଇ ସରକାରଙ୍କଠୁ ଜବାବ ମାଗିଛି କଂଗ୍ରେସ । ଘଟଣାରେ ହସ୍ତକ୍ଷେପ କରିବା ସହ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ତୁରନ୍ତ କଲେଜିୟମ ବୈଠକ ଡାକିଥିଲେ। ଏହି ବୈଠକରେ ସର୍ବସମ୍ମତି କ୍ରମେ ଜଷ୍ଟିସ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି ପାଇଁ ନିଷ୍ପତ୍ତି ହୋଇଥିଲା ।