ରଦ୍ଦ ହେଲା ଗ୍ୟାଙ୍ଗଷ୍ଟର ଅଫଜଲର ସଂସଦ ସଦସ୍ୟତା

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଆକ୍ଟରେ କୋର୍ଟ ୪ବର୍ଷ ଦଣ୍ଡାଦେଶ ଦେବା ପରେ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀର ଭାଇ ତଥ‌ା ବହୁଜନ ସମାଜ ପାର୍ଟିର ସାଂସଦ ଅଫଜଲ ଅନସାରୀର ସଂସଦ ସଦସ୍ୟତା ରଦ୍ଦ ହୋଇଛି। ଏପ୍ରିଲ ୨୯ରେ ଗ୍ୟାଙ୍ଗଷ୍ଟରରୁ ରାଜନେତା‌ ବନିଥିବା  ବିଏସ୍‌ପି ସାଂସଦ ଅଫଜଲ ଅନସାରୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଥିଲେ ଏବଂ ୧ ଲକ୍ଷ ଜରିମାନା ଦେବାକୁ କହିଥିଲେ। ୨୦୦୭ ଗ୍ୟାଙ୍ଗଷ୍ଟର୍ସ ଆକ୍ଟ ଅଧୀନରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ଏବଂ ଶୁଣାଣି ଚାଲିଥିଲା।ଏନେଇ ଲୋକସଭା ସଚିବାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଅଫଜାଲ ଗତ ଲୋକସଭା ନିର୍ବାଚନରେ ​​ଗାଜିପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ।