ବିମାନ ଦୁର୍ଘଟଣା, ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

୨ ଜଣ ପାଇଲଟ୍ ଏବଂ ୧୦ ଜଣ କ୍ୟାବିନ୍ କ୍ରୁ ସଦସ୍ୟଙ୍କ ସମେତ ୨୪୨ ଜଣଙ୍କୁ ନେଇ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ଯାତ୍ରୀବାହୀ ବିମାନ ଗୁଜୁରାଟର ଅହମ୍ମଦାବାଦ ବିମାନବନ୍ଦର ନିକଟରେ ମେଘାନୀ ନଗର ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାତ୍ରୀମାନଙ୍କ ମଧ୍ୟରୁ ୧୬୯ ଜଣ ଭାରତୀୟ ନାଗରିକ, ୫୩ ଜଣ ବ୍ରିଟିଶ ନାଗରିକ, ଜଣେ କାନାଡ଼ା ଏବଂ ୭ ଜଣ ପର୍ତ୍ତୁଗୀଜ ନାଗରିକ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ବିମାନ ନମ୍ବର ଏଆଇ-୧୭୧ରେ ଥିଲେ। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଉଛି।

ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅହମ୍ମଦାବାଦରେ ଘଟିଥିବା ମର୍ମନ୍ତୁଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି ଯେ ଏହା ଏକ ହୃଦୟ ବିଦାରକ ଘଟଣା। ରାଷ୍ଟ୍ରପତି କହିଛନ୍ତି, ଏହି ଅବର୍ଣ୍ଣନୀୟ ଦୁଃଖ ସମୟରେ ଦେଶ ସେମାନଙ୍କ ସହିତ ଛିଡା ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମାନ ଦୁର୍ଘଟଣାକୁ ହୃଦୟ ବିଦାରକ ବୋଲି କହିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ସେ ମନ୍ତ୍ରୀ ଏବଂ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି ଯେଉଁମାନେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରୁଛନ୍ତି।

Leave a comment