ଜିୟା ଖାନ ଆତ୍ମହତ୍ୟା ମାମଲା ,ପ୍ରମାଣ ଅଭାବରୁ ସୁରଜଙ୍କୁ ଦୋଷମୁକ୍ତ କଲେ ସିବିଆଇ ସ୍ପେଶାଲ କୋର୍ଟ

ମୁମ୍ବାଇ : ବହୁଚର୍ଚ୍ଚିତ ଅଭିନେତ୍ରୀ ଜିୟା ଖାନ ଆତ୍ମହତ୍ୟା ମାମଲାରେ ପ୍ରମାଣ ଅଭାବରୁ ଅଭିନେତା ସୁରଜଙ୍କୁ କୋର୍ଟ ଦଣ୍ଡ ଦେଇପାରିନାହାଁନ୍ତି । ଏନେଇ ଜିଆଙ୍କ ମାଆ କହିଛନ୍ତି ସିବିଆଇ ତାଙ୍କ ଝିଅର ହତ୍ୟା ପ୍ରମାଣ ଦେଇପାରିନଥିଲା । ସିବିଆଇ ତଦନ୍ତରେ ଅବହେଳା ପାଇଁ ତାଙ୍କ ଝିଅଙ୍କୁ ନ୍ୟାୟ ମିଳିପାରିନାହିଁ । ତେବେ ଏହି ମାମଲାରେ ଦଶ ବର୍ଷ ପରେ କୋର୍ଟଙ୍କ ଆଗରେ ସିବିଆଇ ବଳିଷ୍ଟ ପ୍ରମାଣ କିଛି ଦେଇପାରିନଥିଲା । ଯାହା ଫଳରେ ବିଚାରପତି କହିଥିଲେ ଅଭିନେତା ସୁରଜ ପାଞ୍ଚୋଲୀ ନିର୍ଦ୍ଦୋଷ । ସୁରଜଙ୍କୁ ଦୋଷମୁକ୍ତ କଲେ ସିବିଆଇ ସ୍ପେଶାଲ କୋର୍ଟ । ସୁରଜଙ୍କ ବିରୋଧରେ ପ୍ରମାଣ ନମିଳିବାରୁ ତାଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି । ଆଜି କୋର୍ଟରେ ଶୁଣାଣି ବେଳେ ଜିୟାଙ୍କ ମାଆ ମଧ୍ୟ ଉପସ୍ଥିତ ଥିଲେ । ସୁରଜ ପଞ୍ଚୋଲି, ଜିୟାଙ୍କୁ ଆତ୍ମହତ୍ୟା ପାଇଁ ଉକୁସାଇଥିବା ଅଭିଯୋଗ ଆଣିଥିଲା ଜିୟାଙ୍କ ମାଆ । ୨୦୧୩ ମସିହା ଜୁନ ୩ ତାରିଖରେ ଜିୟା ଖାନଙ୍କ ଝୁଲନ୍ତା ମୃତେଦହ ତାଙ୍କ ମୁମ୍ବାଇସ୍ଥିତ ଘରୁ ମିଳିଥିଲା । ଜିୟାଙ୍କ ଘରୁ ପୋଲିସ ୬ ପୃଷ୍ଠାର ସୁଇସାଇଡ ନୋଟ ମଧ୍ୟ ଜବତ କରିଥିଲେ । ଜିୟା ଅଭିନେତା ସୁରଜ ପଞ୍ଚୋଲିଙ୍କୁ ଡେଟ୍ କରୁଥିଲେ । ସୁରଜଙ୍କ ଅତ୍ୟାଚାର ସହି ନପାରି ସେ ଆତ୍ମହତ୍ୟା କରିଥିବା ଚିଠିରେ ଲେଖିଥିଲେ ଜିଆ । ତେବେ ଏହାକୁ କୋର୍ଟ ପ୍ରମାଣ ଭାବେ ଗ୍ରହଣ କରିନଥିଲେ ।