ଟଙ୍କା ହେଲା ଅନ୍ତର୍ଜାତୀୟ ମୁଦ୍ରା

ନୂଆଦିଲ୍ଲୀ: ଡଲାରର ଦବଦବାକୁ ଏବେ ମୁକାବିଲା କରିବ ଟଙ୍କା । ଅନେକ ଦିନ ପରେ ଭାରତୀୟ ମୁଦ୍ରା ଟଙ୍କା ଅନ୍ତର୍ଜାତୀୟ ମୁଦ୍ରା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଡଲାର, ପାଉଣ୍ଡ ଏବଂ ୟୁରୋ ପରେ ବୈଶ୍ବିକ ସ୍ତରରେ ମୁଦ୍ରା ବିନିମୟ କାଉଣ୍ଟରରେ ଭାରତୀୟ ଟଙ୍କା ଚତୁର୍ଥ ଅନ୍ତର୍ଜାତୀୟ ମୁଦ୍ରା ହୋଇଛି। ବିଶ୍ବରେ ୧୭ ଦେଶ ଭାରତୀୟ ମୁଦ୍ରାରେ ବ୍ୟବସାୟ କରୁଛନ୍ତି। ୟୁକେ, ମାଲେସିଆ, ରୁଷ, ସିଙ୍ଗାପୁର, ନ୍ୟୁଜିଲ୍ୟାଣ୍ଡ୍, ଶ୍ରୀଲଙ୍କା, ମିଆଁମାର, ବୋତ୍ସୱାନା, ଇସ୍ରାଏଲ, ଫିଜି, ଓମାନ, ଜର୍ମାନୀ, କେନିଆ, ଗୁଏନା, ମରିସସ୍, ସିଚେଲ୍ସ ଏବଂ ତାଞ୍ଜାନିଆ ସାମିଲ୍ ରହିଛନ୍ତି। ଯଦି ଭାରତୀୟ ମୁଦ୍ରା ‘ଟଙ୍କା’ ବିଶ୍ବର ୩୦ରୁ ଅଧିକ ଦେଶଙ୍କ ସହ ବ୍ୟବସାୟ କରେ ଏହାକୁ ଅନ୍ତର୍ଜାତୀୟ ବ୍ୟାବସାୟିକ ମୁଦ୍ରା ଘୋଷଣା କରାଯାଇପାରେ। ତେବେ ୟୁରୋପୀୟ ଦେଶମାନେ ଟଙ୍କାକୁ ନେଇ ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଉଛି । ଆଗାମୀ କିଛି ବର୍ଷରେ ଟଙ୍କାକୁ ଆହୁରି ଅନେକ ଦେଶ ବ୍ୟବସାୟ ବେଳେ ବିନିମୟ ପାଇଁ ବ୍ୟବହାର କରିବେ ।