ଗେମିଂ ୟୁଜର୍ସଙ୍କ ପାଇଁ OnePlus ଆଣିଲା ବେଷ୍ଟ ଫୋନ , ଜାଣନ୍ତୁ ଏହାର ଫିଚର୍ସ

ଆଉ ଏକ ପାୱାରଫୁଲ୍ ଫୋନ୍ ଲଞ୍ଚ କରିଛି OnePlus । ଏହି ଚୀନ୍ କମ୍ପାନୀର ଫୋନ୍ ପା ୱାରଫୁଲ୍ ଫିଚର୍ସରେ ପରିପୂର୍ଣ୍ଣ । ଏହା କମ୍ପାନୀର ପ୍ରଥମ ଫୋନ୍ ଯେଉଁଥିରେ ଏକ ବିଲ୍ଟ-ଇନ୍ ଗେମିଂ କଣ୍ଟ୍ରୋଲର ଅଛି, ଯାହା ଏହାକୁ ସ୍ୱତନ୍ତ୍ର ଭାବରେ ଗେମିଂ ୟୁଜର୍ସଙ୍କ ପାଇଁ ବେଷ୍ଟ ହେବ । ତେବେ ଜାଣନ୍ତୁ ଫୋନର ନାଁ ଏବଂ ଫିଚର୍ସ । ଆମେ ଯେଉଁ ଫୋନ ବିଷୟରେ କହୁଛୁ ତା ନାଁ ହେଉଛି- OnePlus Ace 6 Ultra । ଏଥିରେ ଏକ ପାୱାରଫୁଲ୍ ୮୬୦୦mAh ବ୍ୟାଟେରୀ ରହିଛି । ଏଥିରେ ୧୬GB RAM ଏବଂ 1TB ପର୍ଯ୍ୟନ୍ତ ଷ୍ଟୋରେଜ୍ ଭଳି ଫିଚର୍ସ ମଧ୍ୟ ରହିଛି ।

ଫିଚର୍ସ:
ଏହି OnePlus ଫୋନଟି ୬.୭୮ ଇଞ୍ଚ OLED ଡିସପ୍ଲେ ସହିତ ଆସିଥାଏ । ଫୋନର ଡିସପ୍ଲେ ରିଜୋଲ୍ୟୁସନ୍ 1.5K ଏବଂ ଏହା ୧୬୫Hz ରିଫ୍ରେସ୍ ରେଟ୍ ସପୋର୍ଟ କରେ । ଚାଇନିଜ୍ ବ୍ରାଣ୍ଡ ଫୋନର ଡିସପ୍ଲେରେ ୪,୦୦୦Hz ଟଚ୍ ସାମ୍ପଲିଂ ଫିଚର ସାମିଲ୍ ଅଛି । ଏଥିସହ ଏଥିରେ ହାଇ ପିକ୍ ବ୍ରାଇଟନେସ୍ ମଧ୍ୟ ଅଛି । ଏହି ଗେମିଂ ଫୋନଟି MediaTek Dimensity 9500 ଫ୍ଲାଗସିପ୍ ଚିପସେଟ୍ ଉପରେ କାମ କରେ । ଏହା ସହିତ ୧୬GB RAM ଏବଂ 1TB ପର୍ଯ୍ୟନ୍ତ ଷ୍ଟୋରେଜ୍ ରହିବ ।

ଏହି ଫୋନ୍ ଏକ ପାୱାରଫୁଲ୍ ୮,୬୦୦mAh ବ୍ୟାଟେରୀ ଏବଂ ୧୨୦W ଫାଷ୍ଟ ଚାର୍ଜିଂ ଫିଚର୍ସକୁ ସପୋର୍ଟ କରେ । ଏହି ଫୋନ୍ Android 16 ଉପରେ ବେସ୍ଡ ColorOS 16 ରେ କାମ କରେ । ଫୋନର ବ୍ୟାକେର ଡୁଆଲ୍ କ୍ୟାମେରା ସେଟଅପ୍ ଅଛି । ଫୋନରେ ଏକ ୫୦MP ମେନ୍ କ୍ୟାମେରା ଅଛି, ଯାହା OIS (ଅପ୍ଟିକାଲ୍ ଇମେଜ୍ ଷ୍ଟାବିଲାଇଜେସନ୍) ଫିଚର୍ସକୁ ସପୋର୍ଟ କରେ । ଏହା ସହିତ ଏକ 8MP ଅଲ୍ଟ୍ରା-ୱାଇଡ୍ କ୍ୟାମେରା ରହିଛି । ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ, ଏଥିରେ 16MP କ୍ୟାମେରା ରହିବ । କନେକ୍ଟିଭିଟି ଫିଚର୍ସ ବିଷୟରେ କହିବାକୁ ଗଲେ, ଏଥିରେ WiFi, Bluetooth, NFC ଭଳି ଦମଦାର୍ ଫିଚର୍ସ ରହିଛି ।

ପ୍ରାଇସ:
ଏହି OnePlus ଫୋନ ପାଞ୍ଚଟି ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ । ଯାହା ହେଉଛି- ୧୨GB RAM + ୨୫୬GB ଷ୍ଟୋରେଜ୍, ୧୬GB RAM + ୨୫୬GB ଷ୍ଟୋରେଜ୍, ୧୨GB RAM + ୫୧୨GB ଷ୍ଟୋରେଜ୍, ୧୬GB RAM + 512GB ଷ୍ଟୋରେଜ୍ ଏବଂ ୧୬GB RAM + 1TB ଷ୍ଟୋରେଜ୍ ଅପ୍ସନରେ କିଣାଯାଇପାରିବ । ଏହାର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୪୮,୫୦୦ ଟଙ୍କା । ଏହାର ଅନ୍ୟାନ୍ୟ ଭାରିଆଣ୍ଟଗୁଡ଼ିକର ମୂଲ୍ୟ ଯଥାକ୍ରମେ ୫୨,୬୦୦, ୫୬,୮୦୦, ୬୧,୦୦୦ ଏବଂ ପ୍ରାୟ ୭୦,୬୦୦ ଟଙ୍କାରେ କିଣିଯାଇପାରିବ । ଏଥିସହ ଏହାର ଗେମିଂ କଣ୍ଟ୍ରୋଲରର ମୂଲ୍ୟ ଯଥାକ୍ରମେ ୬.୦୦୦ ଟଙ୍କା ରହିଛି । ଯଦି ଆପଣ ଏକ ପାୱାରଫୁଲ୍ ଏବଂ ଗେମିଂ ଫୋନ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଫୋନଟି ଆପଣମାନଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।

Leave a comment