ପଦ୍ମ ଫୁଲ ମାଆ ଲକ୍ଷ୍ମୀଙ୍କ ପାଖରେ ଲାଗେ ଏବଂ ପୂଜା ପର୍ବାଣୀରେ ଲାଗେ । ପୂଜା ପାଇଁ ଫୁଲକୁ ରଖି ଆମେ ପଦ୍ମର ନାଡ ଫିଙ୍ଗି ଦେଉ । ହେଲେ ଆପଣ ଜାଣନ୍ତି କି ଶରୀର ପାଇଁ ଏହି ନାଡ କେତେ ଜରୁରୀ । ପଦ୍ମର ନାଡ ଔଷଧ ପରି କାମ କରେ..
ପଦ୍ମନାଡ ଶରୀରରେ ପାଚନ ପ୍ରକ୍ରିୟାକୁ ଭଲ ରଖିଥାଏ । ଏଥିରେ ଥିବା ଫାଇବର କୋଷ୍ଠକାଠିନ୍ୟ ଏବଂ ପେଟଫୁଲା ସମସ୍ୟାରୁ ମୁକ୍ତି ଦିଏ ।
ପଦ୍ମନାଡ ନିୟମିତ ଖାଇବା ଦ୍ବାରା ଶରୀରରେ ରକ୍ତର ଅଭାବ ଦୂର ହୁଏ । ବ୍ଲଡରେ ସୁଗାର ସହ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ ରଖେ ପଦ୍ମନାଡ । ଲିଭର, କିଡନୀ ସମସ୍ୟାର ଔଷଧ ରୂପେ ପଦ୍ମନାଡକୁ ସେବନ କରିହେବ ।