ଆପଣ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ କୋଳରେ ଲାପଟପ୍ଧ ରି ଘରେ ବେଡରେ ବସି ଆରାମରେ କାମ କରୁଥିବା ଦେଖୁଥିବେ । ଯଦି ଆପଣ ମଧ୍ୟ ନିଜକୋଳରେ ଲାପଟପ୍ ଧରି କାମ କରୁଛନ୍ତି, ତେବେ ଆପଣଙ୍କର ଏହି ଛୋଟ ଭୁଲ୍ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଖର୍ଚ୍ଚାନ୍ତରେ ପକାଇପାରେ । ଯଦି ଆପଣଙ୍କ କୋଳରେ ଲାପ୍ଟପ୍ ବ୍ୟବହାର କରୁଛନ୍ତି ତେବେ ଜାଣନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କି କ୍ଷତି କରିପାରେ, ଆସନ୍ତୁ ସେ ବିଷୟରେ ଆଲୋଚନା କରିବା ।ଅବଶ୍ୟ, କୋଳରେ ଲାପଟପ୍ ରଖି ବେଡରେ କାମ କରିବା କ୍ଷଣିକ ପାଇଁ ଆରାମ ଦେଇପାରେ । କିନ୍ତୁ ଭବିଷ୍ୟତରେ କେତେ ବଡ଼ ସମସ୍ୟା ଆଣିପାରେ ତାହା କେହି କଳ୍ପନା କରିପାରିବେ ନାହିଁ । ଦୀର୍ଘ ସମୟ ଧରି କୋଳରେ ଲାପଟପ୍ ରଖି କାମ କରିବା ଦ୍ୱାରା ଚର୍ମ ରୋଗ ଏବଂ ପିଠି ଯନ୍ତ୍ରଣା ଭଳି ସମସ୍ୟା ସହିତ ଏହାର ପ୍ରଭାବ ଫର୍ଟିଲିଟି ଉପରେ ମଧ୍ୟ ପଡ଼ିଥାଏ ।ଲାପଟପରୁ ବାହାରୁଥିବା ଗରମ ପବନ ଚର୍ମରେ ଉତ୍ତେଜନା ସୃଷ୍ଟି କରିପାରେ, ଯାହାକୁ ଟୋଷ୍ଟେଡ୍ ସ୍କିନ୍ ସିଣ୍ଡ୍ରୋମ କୁହାଯାଏ । କୋଳରେ ରଖି ଲାପଟପ୍ ବ୍ୟବହାର କରିବା ଦ୍ୱାରା ପିଠି ଯନ୍ତ୍ରଣା ମଧ୍ୟ ଭୋଗିବାକୁ ପଡ଼ିପାରେ ।ଲାପଟପରୁ ବାହାରୁଥିବା ଗରମ ପବନ ପୁରୁଷମାନଙ୍କର ଫର୍ଟିଲିଟି କାଉଣ୍ଟ ଏବଂ ଗୁଣ ହ୍ରାସ କରିପାରେ । ଏଥିନେଇ କୌଣସି ଦୃଢ ପ୍ରମାଣ ମିଳିନଥିଲେ ମଧ୍ୟ କୋଳରେ ଲାପଟପ୍ ବ୍ୟବହାର କରିବା ଦ୍ୱାରା ପ୍ରକୃତରେ ଚର୍ମ ଏବଂ ଫର୍ଟିଲିଟି ଉପରେ ପ୍ରଭାବ ପକାଇଥାଏ ।ନିଜର ଅଭ୍ୟାସ ବଦଳାଇବା ସହ ସଚେତନ ହୁଅନ୍ତୁ ଏବଂ ଲାପଟପକୁ କୋଳରେ ବ୍ୟବହାର ନକରି ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ସର୍ବୋତ୍ତମ କଥା ହେଉଛି ଲାପଟପ୍ ଲାପଟପ୍ ଟେବୁଲ ଉପରେ ରଖି ପରିଚାଳନା କରନ୍ତୁ । ଆଖିର ଯତ୍ନ ପାଇଁ, ପ୍ରତି ୨୦-୩୦ ମିନିଟରେ ଏକ ବିରତି ନିଅନ୍ତୁ ଏବଂ ଆଖିକୁ ବିଶ୍ରାମ ଦିଅନ୍ତୁ । ଏହି ଟିପ୍ସଗୁଡିକ ଅନୁସରଣ କରି, ଆପଣ ନିଜ କୋଳରେ ଲାପଟପ୍ ରଖିବା ଦ୍ୱାରା ସୃଷ୍ଟି ହୋଇଥିବା ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ପାଇପାରିବେ
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post