ଅନଲାଇନ୍ କାରବାର ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ବେଳେ ସେହି ଅନୁପାତରେ ଅନଲାଇନ୍ ଠକଙ୍କର ପ୍ରାଦୁର୍ଭାବ ମଧ୍ୟ ବଢ଼ିବାରେ ଲାଗିଛି । ତେଣୁ ଅନଲାଇନ୍ ଫ୍ରଡଙ୍କୁ ସାବାଡ଼ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଆପଣଙ୍କୁ ଅନଲାଇନ୍ କାରବାର ପାଇଁ ଆଉ ୱାନ୍ ଟାଇମ୍ ପାସୱାର୍ଡ (ଓଟିପି) ଦେବାକୁ ପଡ଼ିବ ନାହିଁ ।ସାଧାରଣ ଭାବେ ଅନଲାଇନ ଟ୍ରାଞ୍ଜାକସନ କରିବା ସମୟରେ ଗ୍ରାହକଙ୍କ ମୋବାଇଲ ବା ଇ-ମେଲକୁ ଏକ ଓଟିପି ଆସିଥାଏ । ଉକ୍ତ ଓଟିପିକୁ ଦେବା ପରେ ଅନଲାଇନ୍ କାରବାର ସୁରକ୍ଷିତ ହୋଇଥାଏ ବୋଲି ଆମେ ଜାଣିଥାଉ । ତେବେ ଅନେକ ସମୟରେ ଓଟିପିରେ ମଧ୍ୟ ଠକାମି ହେଉଥିବା ଖବର ସାମ୍ନାକୁ ଆସିଛି । ତେଣୁ ଆରବିଆଇ ଓଟିପି ପ୍ରକ୍ରିୟାକୁ ବନ୍ଦ କରିବାକୁ ଯାଉଛି । ଏଥିସହିତ ଅଧିକ ସୁରକ୍ଷା ଥିବା ପଦ୍ଧତି ଆଣିବାକୁ ଆରବିଆଇ ଯୋଜନା କରୁଛି । ଫଳରେ ଗ୍ରାହକଙ୍କର ଅନଲାଇନ୍ କାରବାର ପୂର୍ବାପେକ୍ଷା ଅଧିକ ସୁରକ୍ଷିତ ରହିପାରିବ ବୋଲି କୁହାଯାଉଛି ।ବର୍ତ୍ତମାନ ସମୟରେ ଯେ କୌଣସି ଅନଲାଇନ୍ କାରବାର ପାଇଁ ଗ୍ରାହକଙ୍କ ନିକଟକୁ ଏସଏମଏସ ମାଧ୍ୟମରେ ଓଟିପି ଆସିଥାଏ । ଅନଲାଇନ ପେମେଣ୍ଟରେ କୌଣସି ବିଶୃଙ୍ଖଳା ନଥାଏ ବୋଲି ଯାଞ୍ଚ ପରେ ଓଟିପି ସ୍ପଷ୍ଟ କରିଥାଏ । ତେବେ ଆଗକୁ ଓଟିପି ପରିବର୍ତ୍ତେ ପ୍ରାମାଣୀକରଣ ଆପ୍ ବ୍ୟବହାର କରାଯାଇ ପାରିବ । ସେଥିରେ ଗ୍ରାହମାନେ ନିଜ ଫୋନରେ ଆପରୁ ପାସୱାର୍ଡ ପାଇ ପାରିବେ । ସେଥିରେ ଟୋକେନ ପରି ଅନେକ ବିକଳ୍ପ ରହିଛି । ବର୍ତ୍ତମାନ ସମୟରେ ବିଭିନ୍ନ ସର୍ଭିସ ପ୍ରୋଭାଇଡର ଦିନକୁ ପାଖାପାଖି ୪୦୦ କୋଟି ଓଟିପି ପଠାଉଥିବାରୁ ସେ କ୍ଷେତ୍ରରେ ଜାଲିଆତି ବଢ଼ିବାରେ ଲାଗିଛି । ତେଣୁ ଆଗକୁ ଆରବିଆଇ ଓଟିପି-ଲେସ ଅଥନଟିକେସନ ଲଞ୍ଚ କରିବାକୁ ଯାଉଛି ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post