ଆପଣ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ କୋଳରେ ଲାପଟପ୍ଧ ରି ଘରେ ବେଡରେ ବସି ଆରାମରେ କାମ କରୁଥିବା ଦେଖୁଥିବେ । ଯଦି ଆପଣ ମଧ୍ୟ ନିଜକୋଳରେ ଲାପଟପ୍ ଧରି କାମ କରୁଛନ୍ତି, ତେବେ ଆପଣଙ୍କର ଏହି ଛୋଟ ଭୁଲ୍ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଖର୍ଚ୍ଚାନ୍ତରେ ପକାଇପାରେ । ଯଦି ଆପଣଙ୍କ କୋଳରେ ଲାପ୍ଟପ୍ ବ୍ୟବହାର କରୁଛନ୍ତି ତେବେ ଜାଣନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କି କ୍ଷତି କରିପାରେ, ଆସନ୍ତୁ ସେ ବିଷୟରେ ଆଲୋଚନା କରିବା ।ଅବଶ୍ୟ, କୋଳରେ ଲାପଟପ୍ ରଖି ବେଡରେ କାମ କରିବା କ୍ଷଣିକ ପାଇଁ ଆରାମ ଦେଇପାରେ । କିନ୍ତୁ ଭବିଷ୍ୟତରେ କେତେ ବଡ଼ ସମସ୍ୟା ଆଣିପାରେ ତାହା କେହି କଳ୍ପନା କରିପାରିବେ ନାହିଁ । ଦୀର୍ଘ ସମୟ ଧରି କୋଳରେ ଲାପଟପ୍ ରଖି କାମ କରିବା ଦ୍ୱାରା ଚର୍ମ ରୋଗ ଏବଂ ପିଠି ଯନ୍ତ୍ରଣା ଭଳି ସମସ୍ୟା ସହିତ ଏହାର ପ୍ରଭାବ ଫର୍ଟିଲିଟି ଉପରେ ମଧ୍ୟ ପଡ଼ିଥାଏ ।ଲାପଟପରୁ ବାହାରୁଥିବା ଗରମ ପବନ ଚର୍ମରେ ଉତ୍ତେଜନା ସୃଷ୍ଟି କରିପାରେ, ଯାହାକୁ ଟୋଷ୍ଟେଡ୍ ସ୍କିନ୍ ସିଣ୍ଡ୍ରୋମ କୁହାଯାଏ । କୋଳରେ ରଖି ଲାପଟପ୍ ବ୍ୟବହାର କରିବା ଦ୍ୱାରା ପିଠି ଯନ୍ତ୍ରଣା ମଧ୍ୟ ଭୋଗିବାକୁ ପଡ଼ିପାରେ ।ଲାପଟପରୁ ବାହାରୁଥିବା ଗରମ ପବନ ପୁରୁଷମାନଙ୍କର ଫର୍ଟିଲିଟି କାଉଣ୍ଟ ଏବଂ ଗୁଣ ହ୍ରାସ କରିପାରେ । ଏଥିନେଇ କୌଣସି ଦୃଢ ପ୍ରମାଣ ମିଳିନଥିଲେ ମଧ୍ୟ କୋଳରେ ଲାପଟପ୍ ବ୍ୟବହାର କରିବା ଦ୍ୱାରା ପ୍ରକୃତରେ ଚର୍ମ ଏବଂ ଫର୍ଟିଲିଟି ଉପରେ ପ୍ରଭାବ ପକାଇଥାଏ ।ନିଜର ଅଭ୍ୟାସ ବଦଳାଇବା ସହ ସଚେତନ ହୁଅନ୍ତୁ ଏବଂ ଲାପଟପକୁ କୋଳରେ ବ୍ୟବହାର ନକରି ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ସର୍ବୋତ୍ତମ କଥା ହେଉଛି ଲାପଟପ୍ ଲାପଟପ୍ ଟେବୁଲ ଉପରେ ରଖି ପରିଚାଳନା କରନ୍ତୁ । ଆଖିର ଯତ୍ନ ପାଇଁ, ପ୍ରତି ୨୦-୩୦ ମିନିଟରେ ଏକ ବିରତି ନିଅନ୍ତୁ ଏବଂ ଆଖିକୁ ବିଶ୍ରାମ ଦିଅନ୍ତୁ । ଏହି ଟିପ୍ସଗୁଡିକ ଅନୁସରଣ କରି, ଆପଣ ନିଜ କୋଳରେ ଲାପଟପ୍ ରଖିବା ଦ୍ୱାରା ସୃଷ୍ଟି ହୋଇଥିବା ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ପାଇପାରିବେ
Trending
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
Prev Post
Next Post