ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ) ରେ ହାଇବ୍ରିଡ୍ କାର୍ଯ୍ୟ ୧ ଅକ୍ଟୋବର ୨୦୨୩ ରୁ ଶେଷ ହୋଇପାରେ । ସପ୍ତାହରେ ପାଞ୍ଚ ଦିନ ଅଫିସରେ ଯୋଗଦେବାକୁ କମ୍ପାନୀ ଏକ ଇଣ୍ଟରନାଲ ଇ-ମେଲ ମାଧ୍ୟମରେ ନିଜର କର୍ମଜୀବୀଙ୍କୁ କହିଛି । ଏହା ହେଉଛି ଏକ ସଙ୍କେତ ଯେ ଆଇଟି କ୍ଷେତ୍ର ଏହାର ୱାର୍କ ଫ୍ରର୍ମ ହୋମ ନୀତିକୁ ପରିବର୍ତ୍ତନ କରିବାକୁ ଯାଉଛି ।ଇଂରାଜୀ ଆର୍ଥିକ ପୋର୍ଟାଲ ମନି କଣ୍ଟ୍ରୋଲର ରିପୋର୍ଟ ଅନୁଯାୟୀ, ଟିସିଏସ୍ ର ବିଭିନ୍ନ ବିଭାଗର ପରିଚାଳକମାନେ ସେମାନଙ୍କ କର୍ମଚାରୀମାନଙ୍କୁ ଇ-ମେଲରେ ସପ୍ତାହରେ ପାଞ୍ଚ ଦିନ ଅଫିସରୁ କାମ କରିବାକୁ କହୁଛନ୍ତି । ତଥାପି ଉତ୍ସରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଟିସିଏସ ହାଇବ୍ରିଡ୍ ନୀତି ଏବଂ ନମନୀୟତା ମଧ୍ୟ ଗ୍ରହଣ କରିବ ଯାହା ଦ୍ୱାରା ଆବଶ୍ୟକ ସମୟରେ କିଛି ବ୍ୟତିକ୍ରମ କରାଯାଇପାରିବ ।ଟିସିଏସର ପୂର୍ବ ଆଭିମୁଖ୍ୟରୁ ଏହା ଏକ ବଡ ପରିବର୍ତ୍ତନ, ଯେଉଁଥିରେ କୁହାଯାଇଛି ଯେ ସେପ୍ଟେମ୍ବର ୨୦୨୨ ରୁ କର୍ମଚାରୀମାନେ ରୋଷ୍ଟର ଅନୁସରଣ କରିବେ ଏବଂ ସପ୍ତାହରେ ତିନି ଦିନ ଅଫିସରେ ରହିବା ଆବଶ୍ୟକ । କର୍ମଚାରୀମାନେ ଯଦି ଏହି ରୋଷ୍ଟର ଅନୁସରଣ ନକରନ୍ତି ତେବେ ଏହାର ପରିଣାମର ସମ୍ମୁଖୀନ ହେବାକୁ ଚେତାବନୀ ଦେଇଥିଲା କମ୍ପାନୀ ।
Trending
- ଚାଷୀ ପଞ୍ଜୀକରଣ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ , ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
Next Post