୨୦୨୪ ଲୋକସଭା ନିର୍ବାଚନ ସମୟରେ ସମସ୍ତ ରାଜ୍ୟ ବିଧାନସଭା ନିର୍ବାଚନ କରାଇବା ଲାଗି ସରକାର ବିଚାର କରୁଥିବେଳେ ଏହା ସମ୍ଭବ ନୁହେଁ ବୋଲି ବିଧି ଆୟୋଗ ଅନୁମାନ କରିଛନ୍ତି । ବିଚାରପତି ଋତୁରାଜ ଅଗସ୍ତିଙ୍କ ପକ୍ଷରୁ ଉପସ୍ଥାପନ ହେବାକୁ ଯାଉଥିବା ରିପୋର୍ଟରେ ଏପରି ଅନୁମାନ କରାଯାଇଥିବା ଜାଣିବାକୁ ମିଳିଛି। ଆୟୋଗ ତାଙ୍କ ରିପୋର୍ଟ ସରକାରଙ୍କ ନିକଟରେ ଉପସ୍ଥାପନ କରି ନାହାନ୍ତି। ତେବେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଆୟୋଗ ତାଙ୍କ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ। ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରାଇବା ଲାଗି ସମ୍ବିଧାନ ସଂଶୋଧନ କରାଇବା ଲାଗି ଆୟୋଗ ସରକାରଙ୍କୁ ପ୍ରସ୍ତାବ ଦେବେ। ଏକକାଳୀନ ନିର୍ବାଚନ କରାଇବା ସମ୍ପର୍କରେ ୨୨ତମ ବିଧି ଆୟୋଗ ବିଭିନ୍ନ ରାଜନୈତିକ ଦଳ, ନିର୍ବାଚନ ଆୟୋଗ, ଅମଲାତନ୍ତ୍ର ଅଧିକାରୀ, ବିଶେଷଜ୍ଞ ଠାରୁ ମତାମତ ଲୋଡିଥିଲେ। ତେବେ ୨୦୧୮ରେ ୨୧ତମ ବିଧି ଆୟୋଗ ଦେଇଥିବା ଚିଠା ରିପୋର୍ଟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକକାଳୀନ କରାଇବା ସପକ୍ଷରେ ମତ ଦେଇଥିଲେ। ଏକକାଳୀନ ନିର୍ବାଚନ ହେବା ଦ୍ବାରା ରାଜସ୍ବ ଖର୍ଚ୍ଚ କମ୍ ହେବ ଓ ପ୍ରଶାସନ ଉପରେ ଚାପ କମ୍ ହେବ। ଏହାଦ୍ବାରା ସରକାର ତାଙ୍କ ନୀତି ଓ ନିୟମକୁ ଠିକ୍ ରୂପେ କାର୍ଯ୍ୟକାରୀ କରିପାରିବେ। ତେବେ ବର୍ତ୍ତମାନର ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଏକକାଳୀନ ନିର୍ବାଚନ କରାଇବା ସମ୍ଭବ ନୁହେଁ।
Trending
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
Prev Post
Next Post