ମେଟ୍ରୋଟିଭିଓଡିଶା(୭.୫.୨୦୨୨)
ପରିଶ୍ରମ କରି କରୁଥିବା କାମ ମଧ୍ୟରେ ସାମାନ୍ୟ ଢୁଳେଇ ପଡିଲେ ଶରୀରରେ ନୂଆ ଶକ୍ତିର ସଞ୍ଚାର ହୋଇଯାଏ। ଚାକିରୀ ବୃତ୍ତି କରୁଥିବା ଲୋକଙ୍କୁ ଏହାର ଆବଶ୍ୟକତା ବି ନିହାତି ଥାଏ। ବେଙ୍ଗାଲୁରର ଏକ ଷ୍ଟାର୍ଟ-ଅପ୍ କାର୍ଯ୍ୟ ଦିବସରେ କର୍ମଚାରୀଙ୍କୁ ଅଧଘଣ୍ଟା ଶୋଇବା ଲାଗି ଅଧିକାରୀକ ବ୍ରେକ୍ ଘୋଷଣା କରିଛନ୍ତି। ୱେକ୍ଫିଟ୍ ସଲ୍ୟୁସନ୍ସ ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଯେଉଁଥିରେ କର୍ମଚାରୀ ଶୋଇଥିବାର ୨ଟି ଫଟୋ ମଧ୍ୟ ସେୟାର କରିଛନ୍ତି।

ୱେକଫିଟ୍ଙ୍କ ସହ ସଂସ୍ଥାପକ ଚୈତନ୍ୟ ରାମଲିଙ୍ଗ ଗୌଡା ନିକଟରେ ସହକର୍ମୀମାନଙ୍କୁ ଏକ ଅନ୍ତରୀଣ ମେଲ ପଠାଇ କର୍ମଚାରୀଙ୍କୁ ଅପରାହ୍ନ ୨ଟାରୁ ସାଢେ ୨ଟା ମଧ୍ୟରେ ଟିକେ ନିଦ ଶୋଇପାରିବେ ବୋଲି ସୂଚିତ କରିଥିଲେ। ତେବେ ଟ୍ୱିଟରରେ କମ୍ପାନୀ କର୍ମଚାରୀଙ୍କୁ ‘ରାଇଟ୍ ଟୁ ନେପ୍’ ଓ କେଉଁ ସମୟରେ ନିଦ୍ରା ଯାଇପାରିବେ ସେ ବାବଦେ ବିସ୍ତୃତ ସୂଚନା ଦେଇଛନ୍ତି।ସେହିପରି ରାମଲିଙ୍ଗ ଗୌଡ କର୍ମଚାରୀଙ୍କୁ ପଠାଇଥିବା ମେଲରେ ଆମେ ସର୍ବଦା ବିଶ୍ରାମକୁ ପ୍ରାଥମିକତା ଦେଇଥାଉ ବୋଲି ଉଲ୍ଲେଖ କରିଥିଲେ। ଏଥିରେ ୩୦ ମିନିଟର ଏକ ସାମାନ୍ୟ ନିଦ ଲାଭଦାୟକ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ୨୬ ମିନିଟ୍ର କେଟନେପ୍ ପ୍ରଦର୍ଶନକୁ ୩୩ ପ୍ରତିଶତ ପର୍ଯ୍ୟନ୍ତ ବଢାଇ ଦେଇପାରେ।