ରାଜ୍ୟରେ ନୂଆ ସରକାରଙ୍କୁ ନୂଆ ବିରୋଧୀ ଦଳ । ଏଥର ଦୀର୍ଘ ୨୫ ବର୍ଷ ପରେ ବିଧାନସଭାରେ ଦେଖିବାକୁ ମିଳିଛି ନୂଆ ମାହୋଲ । ନୂଆ ସରକାରଙ୍କ ପ୍ରଥମ ବଜେଟ୍ ଅଧିବେଶନ ପୂର୍ବରୁ ଗୃହକୁ ସମ୍ବୋଧନ କରିବା କ୍ରମରେ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ରଘୁବର ଦାସ ।ନିଜ ଅଭିଭାଷଣରେ ନୂଆ ସରକାରଙ୍କ ପ୍ରତିଶୃତି ଓ ଦାୟୀତ୍ୱବୋଧକୁ ଦୋହରାଇଛନ୍ତି ରାଜ୍ୟପାଳ ରଘୁବର ଦାସ ।ସ୍ୱାସ୍ଥ୍ୟସେବା ହେଉଛି ସରକାରଙ୍କ ଲକ୍ଷ୍ୟର କେନ୍ଦ୍ରବିନ୍ଦୁ । ରାଜ୍ୟରେ ଉନ୍ନତ ଭେଷଜ ଶିକ୍ଷା ଓ ସ୍ୱାସ୍ଥ୍ୟସେବାରା ଉପଲବ୍ଧିତା ବୃଦ୍ଧି କରିବାକୁ ବିଜେପି ସରକାରେ ଜିଲ୍ଲା ନର୍ସିଂ କଲେଜ , ମେଡିକାଲ କଲେଜ, ଓ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା କରାଯିବ । ଦକ୍ଷ ସ୍ୱାସ୍ଥ୍ୟସେବାକୁ ସୁନିଶ୍ଚିତ କରିବାକୁ ସାରା ରାଜ୍ୟରେ ୩୦୦୦ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ । ଜିଲ୍ଲା ଡାକ୍ତରଖାନାରେ ସ୍ତ୍ରୀ ରୋଗ ବିଶେଷଜ୍ଞ , ଶିଶୁ ରୋଗ ବିଶେଷଜ୍ଞ, ନର୍ସଙ୍କ ଉପଲବ୍ଧିତାକୁ ସୁନିଶ୍ଚିତ କରାଯିବ । ରାଜ୍ୟର ଦୁର୍ଗମ ଇଲାକାରେ ସ୍ୱାସ୍ଥ୍ୟସେବାକୁ ସୁନିଶ୍ଚିତ କରାଯିବ । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକୁ ଆରୋଗ୍ୟ ମନ୍ଦିରରେ ପରିଣତ କରାଯିବ । ପ୍ରତି ମେଡିକାଲରେ ଶଯ୍ୟା ସଂଖ୍ୟା ବୃଦ୍ଧିି କରାଯିବ । ଏହା ସହ ୨୦୩୦ ସୁଦ୍ଧା ଓଡିଶାକୁ ମ୍ୟାଲେରିଆ ମୁକ୍ତ କରିବାକୁ ଏ ନୂଆ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ରାଜ୍ୟପାଳ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post