ଆଗାମୀ ୩ ବର୍ଷରେ ପ୍ରାୟ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ – ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ୩ ବର୍ଷରେ ପ୍ରାୟ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ। ଚୁକ୍ତିଭିତ୍ତିକ ନୁହେଁ, ରେଗୁଲାର ଭିତ୍ତିରେ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ତାର କହିଛନ୍ତି।

ମୁଖ୍ୟମନ୍ତ୍ରୀ ଶିକ୍ଷା କ୍ଷେତ୍ରରେ ୨ଟି ବଡ଼ ଆହ୍ବାନ ଦେଇ କହିଛନ୍ତି, ଡ୍ରପ୍‌ ଆଉଟ୍‌ ହ୍ରାସ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ। ତଥ୍ୟ ଅନୁସାରେ ୨୪% ଆଦିବାସୀ ପିଲା ଅଧାରୁ ପାଠ ଛାଡୁଛନ୍ତି। ତେଣୁ ଆମେ ମାଧୋ ସିଂ ହାତଖର୍ଚ୍ଚ ଯୋଜନା ଲାଗୁ କରିଛୁ। ଏହାଦ୍ବାରା ୩ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ଉପକୃତ ହେଉଛନ୍ତି। ଫଳରେ ଡ୍ରପ୍‌ ଆଉଟ ଯଥେଷ୍ଟ ହ୍ରାସ ପାଇଥିବା ସୂଚନା ମିଳିଛି। ଗୁଣାତ୍ମକ ଶିକ୍ଷା ପାଇଁ ଶିକ୍ଷକ ଓ ଭିତ୍ତିଭୂମି ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave a comment