ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ) ରେ ହାଇବ୍ରିଡ୍ କାର୍ଯ୍ୟ ୧ ଅକ୍ଟୋବର ୨୦୨୩ ରୁ ଶେଷ ହୋଇପାରେ । ସପ୍ତାହରେ ପାଞ୍ଚ ଦିନ ଅଫିସରେ ଯୋଗଦେବାକୁ କମ୍ପାନୀ ଏକ ଇଣ୍ଟରନାଲ ଇ-ମେଲ ମାଧ୍ୟମରେ ନିଜର କର୍ମଜୀବୀଙ୍କୁ କହିଛି । ଏହା ହେଉଛି ଏକ ସଙ୍କେତ ଯେ ଆଇଟି କ୍ଷେତ୍ର ଏହାର ୱାର୍କ ଫ୍ରର୍ମ ହୋମ ନୀତିକୁ ପରିବର୍ତ୍ତନ କରିବାକୁ ଯାଉଛି ।ଇଂରାଜୀ ଆର୍ଥିକ ପୋର୍ଟାଲ ମନି କଣ୍ଟ୍ରୋଲର ରିପୋର୍ଟ ଅନୁଯାୟୀ, ଟିସିଏସ୍ ର ବିଭିନ୍ନ ବିଭାଗର ପରିଚାଳକମାନେ ସେମାନଙ୍କ କର୍ମଚାରୀମାନଙ୍କୁ ଇ-ମେଲରେ ସପ୍ତାହରେ ପାଞ୍ଚ ଦିନ ଅଫିସରୁ କାମ କରିବାକୁ କହୁଛନ୍ତି । ତଥାପି ଉତ୍ସରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଟିସିଏସ ହାଇବ୍ରିଡ୍ ନୀତି ଏବଂ ନମନୀୟତା ମଧ୍ୟ ଗ୍ରହଣ କରିବ ଯାହା ଦ୍ୱାରା ଆବଶ୍ୟକ ସମୟରେ କିଛି ବ୍ୟତିକ୍ରମ କରାଯାଇପାରିବ ।ଟିସିଏସର ପୂର୍ବ ଆଭିମୁଖ୍ୟରୁ ଏହା ଏକ ବଡ ପରିବର୍ତ୍ତନ, ଯେଉଁଥିରେ କୁହାଯାଇଛି ଯେ ସେପ୍ଟେମ୍ବର ୨୦୨୨ ରୁ କର୍ମଚାରୀମାନେ ରୋଷ୍ଟର ଅନୁସରଣ କରିବେ ଏବଂ ସପ୍ତାହରେ ତିନି ଦିନ ଅଫିସରେ ରହିବା ଆବଶ୍ୟକ । କର୍ମଚାରୀମାନେ ଯଦି ଏହି ରୋଷ୍ଟର ଅନୁସରଣ ନକରନ୍ତି ତେବେ ଏହାର ପରିଣାମର ସମ୍ମୁଖୀନ ହେବାକୁ ଚେତାବନୀ ଦେଇଥିଲା କମ୍ପାନୀ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Next Post