ରାତିରେ ଭୁବନେଶ୍ବର ବୁଲିଲେ ଭାରତୀୟ ଖେଳାଳି
ମେଟ୍ରୋ ଟିଭି ଓଡିଶା (୧୧.୬.୨୦୨୨)
ବାରବାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ପୁର୍ବରୁ ଗତକାଲି ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଦୁଇ ଦେଶର ଖେଳାଳି। ଅପରାହ୍ନରେ ଖେଳାଳିମାନେ ଆସି ମେଫେୟାର ହୋଟେଲରେ ରହିଛନ୍ତି। ତେବେ ସୂଚନା ଅନୁସାରେ ଗତକାଲି ରାତିରେ ୫ ଭାରତୀୟ ଖେଳାଳି ପୋଲିସ ସୁରକ୍ଷା ଭିତରେ ଭୁବନେଶ୍ୱର ନନ୍ଦନକାନନ ପଟିଆ ଅଞ୍ଚଳରେ ବୁଲିଛନ୍ତି। ଭାରତୀୟ ଦଳର ଅଧିନାୟକ ରିଷଭ ପନ୍ତ, ଇଶାନ କିଷନଙ୍କ ସହ ଆଉ ୩ ଜଣ ଖେଳାଳି ବୁଲିଥିବା ସୂଚନା ମିଳିଛି। ଗତକାଲି ଡିନରରେ ଭାରତୀୟ ଖେଳାଳି ଓଡ଼ିଆ ଖାଦ୍ୟ ଖାଇଛନ୍ତି। ଭୁବନେଶ୍ୱର କୁମାର ରଜ ପିଠା ଖାଇଥିଲେ। ଆଜି ବ୍ରେକଫାଷ୍ଟରେ ମଧ୍ୟ ରଜ ପିଠା ସାମିଲ ହେବ ବୋଲି ସୂଚନା ମିଳିଛି।

ସେହିଭଳି ଗତକାଲି ଦକ୍ଷିଣ ଆଫ୍ରିକା ଖେଳାଳୀ ଡେଭିଡ୍ ମିଲରଙ୍କ ଜନ୍ମଦିନ ଥିଲା। ହୋଟେଲ ଭିତରେ ଥିବା ଢାବାରେ ସେ ତାଙ୍କର ପରିବାର ସହିତ ଜନ୍ମଦିନ ପାଳନ କରିଥିଲେ।ତେବେ ଆସନ୍ତାକାଲି ମ୍ୟାଚ୍ ପୁର୍ବରୁ ଆଜି ଦକ୍ଷିଣ ଆଫ୍ରିକା ଖେଳାଳୀ ଦିନ ୧୧ଟାରେ ଅଭ୍ୟାସ ପାଇଁ ବାରବାଟି ଯିବେ। ପରେ ଭାରତୀୟ ଖେଳାଳି ୪ଟାରେ ଅଭ୍ୟାସ ପାଇଁ ବାରବାଟି ଅଭିମୁଖେ ବାହାରିବେ। ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ରେ ପରାଜୟର ସାମ୍ନା କରିଛି। ବାରବାଟିରେ ଭାରତୀୟ ଟିମ୍ ବିଜୟ ହାସଲ କରି ସିରଜକୁ ଫେରିବା ଲକ୍ଷ୍ୟରେ ରହିବ।