ରିଲିଜ୍ ହେଲା ‘ଶମଶେରା’ର ଟିଜର
ମେଟ୍ରୋ ଟିଭି ଓଡିଶା (୨୨.୬.୨୦୨୨)
ରଣବୀର କପୁର ଓ ବାଣୀ କପୁର ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଶମଶେରା’ର ଟିଜର ବୁଧବାର ରିଲିଜ୍ ହୋଇଛି। ଟ୍ରେଲର ରିଲିଜର ଠିକ୍ ଦୁଇ ଦିନ ପୂର୍ବରୁ ଏହାର ଟିଜର ରିଲିଜ୍ କରାଯାଇଛି। କରଣ ମାଲହୋତ୍ରାଙ୍କ ଦ୍ବାରା ନିର୍ଦେଶିତ ଏହି ଚଳଚ୍ଚିତ୍ରର ଟ୍ରେଲର ଜୁନ୍ ୨୪ ତାରିଖରେ ରିଲିଜ୍ ହେବ। ଟିଜରରେ ପାହାଡ଼ିଆ ଓ ମରୁଭୂମି ଅଞ୍ଚଳ ଦେଖିବାକୁ ମିଳିଛି। ଅଭିନେତା ରଣବୀର କପୁର ଡାକୁ ଦଳଙ୍କ ସହ ଘୋଡ଼ା ଚଢି ଆସୁଥିବା ନଜର ଆସିଛନ୍ତି। ଟିଜରରେ ସଞ୍ଜୟ ଦତ୍ତଙ୍କ ଚରିତ୍ର ଅତ୍ୟନ୍ତ ଭୟଙ୍କର ଲାଗୁଛି। ଫିଲ୍ମରେ ସ୍ବାଧୀନତା ପୂର୍ବର କାହାଣୀ ଦେଖିବାକୁ ମିଳିବ।

ୟଶରାଜ ଫିଲ୍ମସ୍ର ବ୍ୟାନର ଅଧୀନରେ ଏବଂ ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜନାରେ ନିର୍ମାଣ ହୋଇଛି ଏହି ଚଳଚ୍ଚିତ୍ର। ଜୁଲାଇ ୨୨ ତାରିଖରେ ପରଦାକୁ ଆସିବ ‘ଶମଶେରା’