ବର୍ତ୍ତମାନ ସମୟରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି), ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ବିଭିନ୍ନ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି ।ତେବେ ଏହା ମଧ୍ୟରେ ଚାକିରି ଆଶାୟୀଙ୍କ ପାଇଁ ଆସିଛି ପୁଣି ଏକ ଖୁସି ଖବର । ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲଗୁଡ଼ିକରେ ପୂରଣ ହେବ ପ୍ରଫେସର ଓ ଆସୋସିଏଟ୍ ଅଧ୍ୟାପକ ପଦ । ଏନେଇ ଡାକ୍ତରୀ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶାଳୟ (ଡିଏମଇଟି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଠିକା ବା ଡେପୁଟେସନରେ ଏହି ନିଯୁକ୍ତି ଦିଆଯିବା ସହିତ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ ଓ ନ୍ୟାସନାଲ ମେଡିକାଲ କମିଶନ ସର୍ତ୍ତ ଅନୁଯାୟୀ ସମସ୍ତ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି ।ରାଜ୍ୟରେ ପ୍ରଫେସର ଓ ଆସୋସିଏଟ୍ ଅଧ୍ୟାପକ ପଦ ପୂରଣ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ଆରମ୍ଭ କରାଯାଇଥିବା ବେଳେ ୧୫ ଜଣ ପ୍ରଫେସର ଓ ୧୦ ଜଣ ଆସୋସିଏଟ ପ୍ରଫେସରଙ୍କୁ ବିଭିନ୍ନ ମେଡିକାଲ କଲେଜକୁ ଟ୍ରାନ୍ସଫର କରାଯାଇଛି । ୧୫ ଜଣ ପ୍ରଫେସରଙ୍କୁ ପୁରୀ ଏସଜେ ମେଡିକାଲ କଲେଜ, ଏସସିବି ମେଡିକାଲ କଲେଜ, ଯାଜପୁର ଜେକେ ମେଡିକାଲ କଲେଜକୁ ବଦଳି କରାଯାଇଛି ।
Trending
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
- STF ର DIG ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଡକ୍ଟର କନୱର ବିଶାଲ ସିଂହ
- ସବୁଠୁ ଅଧିକ ସମୟ ଯାଏ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଭାଙ୍ଗିବେ ନେହରୁଙ୍କ ରେକର୍ଡ
- ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ
- ରାଜ୍ୟ କ୍ୟାବିନେଟ: ଆସିବ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ
- ଦିଲ୍ଲୀ ଗଲେ ନବୀନ
- ଓଡ଼ିଶା ସରକାରଙ୍କ ନୂଆ ନିର୍ଦ୍ଦେଶନାମା ,ଆଜି ଠାରୁ କେବଳ କିଣାହେବ ଇଭି ଯାନ
Next Post