କଫିର ଇତିହାସ ବହୁ ପୁରୁଣା। ପ୍ରଥମେ ୧୬୫୧ ମସିହାରେ ବ୍ରିଟେନ୍ରେ ପ୍ରଥମ କଫି ଦୋକାନ ଖୋଲିଥିଲା। ସେତେବେଳେ ପୁରୁଷମାନେ ଅଧିକ ସଂଖ୍ୟାରେ କଫି ପାନ କରୁଥିଲେ। ମାତ୍ର ସମୟକ୍ରମେ ଏହା ମହିଳାଙ୍କ ମଧ୍ୟରେ ବେଶ୍ ଆଦୃତି ଲାଭ କରିଥିଲା। ଏହା ସ୍ବାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇବା ସହିତ ଆର୍ଥିକ ବିକାଶ ପାଇଁ ମଧ୍ୟ ସୁଯୋଗ ପ୍ରଦାନ କରିଥାଏ। ଅନ୍ତର୍ଜାତୀୟ କଫି ଦିବସ ସାରା ବିଶ୍ୱରେ ପ୍ରତିବର୍ଷ ଅକ୍ଟୋବର ୧ ତାରିଖରେ ପାଳିତ ହୋଇଥାଏ । ଏକ ସ୍ବାସ୍ଥ୍ୟକର ପାନୀୟଭାବେ କଫିର ବହୁଳ ପ୍ରଚାର ତଥା ପ୍ରସାର କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ । ଏହାଛଡା କଫିର ସୁଲଭ ବ୍ୟବସାୟ ତଥା କଫି ଚାଷୀମାନଙ୍କ ଅଭାବ ଅସୁବିଧା ସମ୍ପର୍କରେ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଏହି ଦିବସ ପାଳନ କରାଯାଇଥାଏ। ଅନ୍ତର୍ଜାତୀୟ କଫି ସଂସ୍ଥାନର ସମ୍ମତିକ୍ରମେ ପ୍ରଥମ ଥର ପାଇଁ ଏହା ୧ ଅକ୍ଟୋବର ୨୦୧୫ରେ ଇଟାଲୀର ମିଲନଠାରେ ପାଳିତ ହୋଇଥିଲା। ଏହି ଦିବସ ପାଲନ ଅବସରରେ ଅନେକ କଫି ବ୍ୟବସାୟୀ ରିହାତି ଦରରେ କଫି ବିକ୍ରି କରିବା ତଥା ନିଜ ସଂସ୍ଥାର ପୁରୁଣା ଗ୍ରାହକଙ୍କୁ ସ୍ବତନ୍ତ୍ର କୁପନ ଯୋଗାଇବା ଭଳି କିଛି କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଥାନ୍ତି।
ମାର୍ଚ୍ଚ ୨୦୧୪ରେ ଅନ୍ତର୍ଜାତୀୟ କଫି ସଂସ୍ଥାନ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ ଆନୁଷ୍ଠାନିକ ଭାବେ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ଏହି ନିଷ୍ପତ୍ତି ଅନୁସାରେ ଇଟାଲୀର ମିଲନଠାରେ ଏକ୍ସପୋ-୨୦୧୫ର ଏକ କାର୍ଯ୍ୟକ୍ରମ ଭାବେ ୧ ଅକ୍ଟୋବର ୨୦୧୫ରେ ପ୍ରଥମ ଅନ୍ତର୍ଜାତୀୟ କଫି ଦିବସ ପାଳିତ ହୋଇଥିଲା। ଏହି ଅବସରରେ ବିଭିନ୍ନ ଦେଶ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ଏହା ପୂର୍ବରୁ ଇତିହାସରେ କଫି ଦିବସ ପାଳନ କରିବା ସମ୍ବନ୍ଧରେ କୌଣସି ଘଟଣା ନଜରକୁ ଆସି ନ ଥିଲା। ତେବେ ୧୯୮୩ ମସିହାରେ ଜାପାନୀ କଫି ସଂସ୍ଥା ଦ୍ୱାରା କଫିର ପ୍ରଚାର ତଥା ପ୍ରସାର ନିମିତ୍ତ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ୨୦୦୫ରେ ଆମେରିକାରେ ଜାତୀୟ କଫି ଦିବସ ପାଳନ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଅନ୍ତର୍ଜାତୀୟ କଫି ସଂସ୍ଥାନ ଦ୍ୱାରା ବିଭିନ୍ନ ଦେଶରେ ଏହି ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମ ସବୁ ଆୟୋଜନ ଦେବା ସହ ବିଶ୍ୱସ୍ତରରେ ଏହି ଦିବସ ପାଳନ ପାଇଁ ମାନ୍ୟତା ଲାଭ କରିଥିଲା। ଏହି ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ।
କଫି ଚାଷ ନିମିତ୍ତ ଆନୁଷଙ୍ଗିକ ଖର୍ଚ୍ଚ ବୃଦ୍ଧି ସାଙ୍ଗକୁ ଅନ୍ତରାଷ୍ଟ୍ରୀୟ ବଜାରରେ କଫିର ବିକ୍ରୀ ଆଶାନୁରୂପ ହୋଇ ନ ଥିବାରୁ ୨୦୧୯ ମସିହାରେ ଏହି ପରିପ୍ରେକ୍ଷୀରେ କଫି ଚାଷିମାନଙ୍କ ସର୍ବ ନିମ୍ନ ମଜୁରି ବୃଦ୍ଧି କରିବା ଦିଗରେ ସମସ୍ତ ସଦସ୍ୟ ରାଷ୍ଟ୍ର ଉଚିତ ପଦକ୍ଷେପ ନେବା ପାଇଁ ଲକ୍ଷ୍ୟ ରଖାଯାଇଥିଲା।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Next Post