କଳା ଓଠ ମୁହଁର ସୌନ୍ଦର୍ଯ୍ୟ ହ୍ରାସ କରିଥାଏ। ଏହାକୁ ଲୁଚାଇବା ଲାଗି ଅନେକେ ଲିପ୍ଷ୍ଟିକ୍ ଲଗାଇଥାନ୍ତି। ହେଲେ କେତେକ ଘରୋଇ ଉପାୟରେ ଆପଣ ଚାହିଁଲେ ଓଠକୁ ଗୋଲାପି କରିପାରିବେ। ଜାଣିରଖନ୍ତୁ ଟିପ୍ସ…ଲେମ୍ବୁରସ ଏବଂ ମହୁ ପ୍ୟାକ୍ ଓଠର କଳାରଙ୍ଗ ଦୂରକରି ଗୋଲାପି କରିବାରେ ବେଶ୍ ସାହାଯ୍ୟ କରିଥାଏ। ଏଥିପାଇଁ ଅଧଚାମଚ ଲେଖାଏ ଲେମ୍ବୁରସ ଏବଂ ମହୁ ନେଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ଓଠରେ ଲଗାଇ ୫ ମିନିଟ୍ ପର୍ଯ୍ୟନ୍ତ ଧୀରେ ଧୀରେ ଘଷିଲେ ଡେଡ୍ ସେଲ୍ ବାହାରିଯିବ। ପରେ ଓଠକୁ ନରମ କପଡ଼ାରେ ପୋଛି ୨ ଟୋପା ନଡ଼ିଆତେଲ ଲଗାଇ ହାଲକା ମସାଜ କରନ୍ତୁ। ପ୍ରତିଦିନ ଏପରି କଲେ ଓଠ ନରମ ହେବା ସହ ଏହାର ରଙ୍ଗ ପରିବର୍ତ୍ତନ ହୋଇ ଗୋଲାପି ଲାଗିବ।ବିଟ୍ ରସ ମଧ୍ୟ ଓଠକୁ ଗୋଲାପି କରିବାରେ ବେଶ୍ ଲାଭଦାୟକ। ୧ ଚାମଚ ବିଟ୍ ରସରେ ୨-୩ ବୁନ୍ଦା ନଡ଼ିଆତେଲ ପକାଇ ଭଲଭାବେ ମିଶାନ୍ତୁ। ଏହି ମିଶ୍ରଣକୁ ଓଠରେ ଲଗାଇ ୩-୪ ମିନିଟ୍ ପର୍ଯ୍ୟନ୍ତ ଧୀରେ ଧୀରେ ଘଷନ୍ତୁ।ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ତୁଳା ସାହାଯ୍ୟରେ ଅଳ୍ପ ଗୋଲାପଜଳ ନେଇ ଓଠରେ ଲଗାଇ ଧୀରେ ଧୀରେ ଘଷି ଡେଡ୍ ସେଲ୍ ବାହାର କରିଦିଅନ୍ତୁ। ଓଠକୁ ପୋଛି ଲିପ୍ ବାମ୍ ଲଗାନ୍ତୁ।
Trending
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
- ଖାନ ସାରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ ଅନୁଯାୟୀ ଏକ ମାମଲା ରୁଜୁ
- ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଦେବାଶିଷ ସାମନ୍ତରାୟ
- କନଷ୍ଟେବଳ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଆଜି NHRC ତଦନ୍ତର ଶେଷ ଦିନ
Prev Post
Next Post