ଖରା ଦିନରେ ଆମ୍ବ କାହାକୁ ବା ଭଲ ନଲାଗେ । ଖରା ଦିନରେ ଏହି ଫଳ ବଜାରରେ ପସରା ମେଲାଇଥାଏ । ଭାରତୀୟ ସଂସ୍କୃତି ସହ ଓତୋପ୍ରୋତଃ ଭାବରେ ଜଡ଼ିତ ଆମ୍ବ ପ୍ରାୟ ସମସ୍ତଙ୍କର ପ୍ରିୟ ଫଳ । ଏହି ଫଳରେ ରହିଛି ଅନେକ ଔଷଧୀୟ ଗୁଣ ।ଆମ୍ବରେ ପ୍ରାୟ ୨୦ ଟି ବିଭିନ୍ନ ଖଣିଜ ପଦାର୍ଥ ଏବଂ ଭିଟାମିନ୍ ଥାଏ I ଉଭୟ କଂଚା ଓ ପାଚିଲା ଆମ୍ବରେ ପୌଷ୍ଟିକ ତତ୍ୱ ଭରପୁର ଥାଏ I ଏହା ରୋଗ ପ୍ରତିରୋଧକ ଶକ୍ତିରେ ସାହାଯ୍ୟ କରିଥାଏ I ଏସିଡିଟି ସମସ୍ୟା ଥିଲେ କଞ୍ଚା ଆମ୍ବ ଖାଇବା ଖୁବ ଲାଭଦାୟକ ହୋଇଥାଏ I ପେଟରେ ସମସ୍ତ ପ୍ରକାର ବିକାର ଦୂର ହୋଇଥାଏ I କଞ୍ଚା ଆମ୍ବ ନିୟମିତ ଖାଇବା ଫଳରେ ତ୍ୱଚା ଉଜ୍ୱଳ ହୁଏ I ଶରୀରରେ ଆଇରନ ଅଭାବ ରହିଥିଲେ ତାହା ମଧ୍ୟ ପୂରଣ ହୋଇପାରିବ I ମଧୁମେହ ରୋଗରେ ପୀଡିତ ହୋଇଥିଲେ କଞ୍ଚା ଆମ୍ବ ଖାଆନ୍ତୁ I ଏହାଦ୍ୱାରା ଆପଣଙ୍କ ସୁଗାର ସ୍ତର କମ ହୋଇଯିବ I କର୍କଟ, ହୃଦରୋଗ ସମ୍ବନ୍ଧୀୟ ସମସ୍ୟା ଏବଂ ଅନ୍ୟାନ୍ୟ ସମସ୍ୟା ଭଳି ଅନେକ ରୋଗକୁ ରୋକିପାରେଆମ୍ବ ଟାକୁଆରେ ସାଇଟ୍ରିକ୍ ଏସିଡ୍ ଥାଏ I ଏହା ହଜମ ପ୍ରକ୍ରିୟାକୁ ଠିକ୍ ରଖିବାରେ ସହାୟକ ହୋଇଥାଏ I ଓଜନ କମାଇବାରେ ସାହାଯ୍ୟ କରେ I ଶରୀରରେ କ୍ୟାଲସିୟମ ବଢାଇବା ସହିତ ହାଡକୁ ମଜବୁତ କରିଥାଏ I ଓଜନ କମାଇବାରେ ସାହାଯ୍ୟ କରେ I ଯଦି ଆପଣ ବିଷଦଗ୍ରସ୍ତ ତେବେ କଞ୍ଚା ଆମ୍ବ ଚଟଣୀ ବା ଅନ୍ୟ ରୂପରେ ଏହାକୁ ଏହାକୁ ଖାଇପାରିବେ
Trending
- ବନ୍ୟଜନ୍ତୁ ଆକ୍ରମଣ ମୃତ୍ୟୁକାଳୀନ ସହାୟତା ରାଶି ବୃଦ୍ଧି
- ଲାଞ୍ଚ ନେଇ ଜେଲ ଗଲେ ଉପଜିଲ୍ଲାପାଳ
- କେରଳ ଉପକୂଳରେ ସିଙ୍ଗାପୁରର କଣ୍ଟେନର ଜାହାଜ ରେ ବିସ୍ଫୋରଣ
- ଦେଶର ଦ୍ବିତୀୟ ସର୍ବବୃହତ ଭାୟାଡକ୍ଟ ସେତୁ ଓଡ଼ିଶାରେ ନିର୍ମାଣ ,୨୦୨୬ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ସେତୁ ନିର୍ମାଣ କାର୍ଯ୍ୟ ଶେଷ
- ହନିମୁନକୁ ନେଇ ସ୍ବାମୀଙ୍କୁ ହତ୍ୟା କରିଥିଲେ ସ୍ତ୍ରୀ ସୋନମ୍
- ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
Prev Post
Next Post