ଶ୍ରୀଲଙ୍କା ଏବଂ ମରିସସରେ ଭାରତର ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍(ୟୁପିଆଇ) ସେବା ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଐତିହାସିକ ଦିନ ବୋଲି କହିଛନ୍ତି । ଏହି ଅନଲାଇନ୍ କାର୍ଯ୍ୟକ୍ରମରେ ନରେନ୍ଦ୍ର ମୋଦୀ, ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ ଏବଂ ମରିସସର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜୁଗନାଥ ମଧ୍ୟ ଭାଗ ନେଇଛନ୍ତି ।ମୋଦୀ ଏନେଇ କହିଛନ୍ତି କି ‘ନୂଆ ଫିନଟେକ ସେବା ଉଭୟ ଦେଶକୁ ସାହାଯ୍ୟ କରିବ । ୩ ମିତ୍ର ଦେଶଙ୍କ ପାଇଁ ଏହା ଏକ ବିଶେଷ ଦିନ । କାରଣ ଆମେ ନିଜ ଐତିହାସିକ ସମ୍ବନ୍ଧକୁ ଆଧୁନିକ ଡିଜିଟାଲ ପ୍ରଯୁକ୍ତିବିଦ୍ୟା ସହିତ ଯୋଡୁଛନ୍ତି । ମୋତେ ପୂର୍ଣ୍ଣ ବିଶ୍ବାସ, ୟୁପିଆଇ ଯୋଗୁଁ ଶ୍ରୀଲଙ୍କା ଏବଂ ମରିସସକୁ ଫାଇଦା ହେବ ।’ନ୍ୟାସନାଲ୍ ପେମେଣ୍ଟ୍ସ କର୍ପୋରେସନ ଅଫ୍ ଇଣ୍ଡିଆ(ଏନପିସିଆଇ) ଦ୍ବାରା ବିକଶିତ ୟୁପିଆଇ ମୋବାଇଲ ଫୋନ୍ ମାଧ୍ୟମରେ ବ୍ୟାଙ୍କ ନେଣଦେଣର ସୁବିଧା ପାଇଁ ଏକ ତ୍ବରିତ ବାସ୍ତବିକ ସମୟ ପୈଠ ପ୍ରଣାଳୀ । ଏହା ଦ୍ବାରା ଦୋକାନ ବଜାର କେଉଁଠି ବି ଅନଲାଇନରେ ପୈଠ କରିହୁଏ ଏବଂ ସିଧା ବ୍ୟାଙ୍କ ଆକାଉଣ୍ଟରୁ ଏହି ପୈଠ ହୋଇଥାଏ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post