ଅମୃତ ଭଣ୍ଡା ବହୁତ ଉପକାରୀ

ଅମୃତ ଭଣ୍ଡା ବହୁତ ଉପକାରୀ । କେବଳ ପାଟିକୁ ସୁଆଦିଆ ଲାଗି ନଥାଏ ବରଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ହୋଇଥାଏ । ଏଥିରୁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ । କଂଚା ଅମୃତଭଣ୍ଡା ଖାଇବା ସହିତ, ପାଚିଲା ମଧ୍ୟ ସେବନ କରାଯାଏ । ତେବେ ଆସନ୍ତୁ ଜାଣିବା ଏହାର ସ୍ୱାସ୍ଥ୍ୟ ଉପକାରୀତା ସମ୍ପର୍କରେ । ଉଚ୍ଚ ରକ୍ତଚାପ ସମସ୍ୟାର ସମ୍ମୁଖୀନ କରୁଥିଲେ,  ସେମାନଙ୍କ ପାଇଁ ଅମୃତଭଣ୍ଡା ସେବନ କରିବା ବହୁତ୍ ଲାଭଦାୟକ । ଏଥିରେ ମହଜୁଦ୍ ଥିବା ପୋଟାସିୟମ୍ ରକ୍ତଚାପକୁ  ଠିକ୍ ରଖିବାରେ ସାହାଯ୍ୟ କରିଥାଏ ।ଅମୃତଭଣ୍ଡା ସେବନ କରିବା ଦ୍ୱାରା , ଏହା ଶରୀରର ଜଳୀୟଅଂଶକୁ ଠିକ୍ ରଖିଥାଏ ।କୋଷ୍ଠ କାଠିନ୍ୟ ସମସ୍ୟା ଥିଲେ ,ଅମୃତଭଣ୍ଡା ଖାଇବା ଦ୍ୱାରା, ଏହା ଏହି ସମସ୍ୟାକୁ ଦୂର କରିବା ସହିତ, ପେଟ ସଫା ରହିଥାଏ । କେବଳ ଏତିକି ନୁହେଁ ,ଏହା ଆଖି ପାଇଁ ମଧ୍ୟ ଉପକାରୀ ହୋଇଥାଏ । ଆଣ୍ଠୁଗଣ୍ଠି ଯନ୍ତ୍ରଣା କମ୍ କରିବାରେ ସାହାଯ୍ୟ କରେ ଅମୃତଭଣ୍ଡା । ଏଥିପାଇଁ ପ୍ରତିଦିନ ନିଜ ଡାଏଟରେ ଅମୃତଭଣ୍ଡା ସାମିଲ କରିବା ଲାଭଦାୟକ ହୋଇଥାଏ । କିନ୍ତୁ ସେହି ଅମୃତଭଣ୍ଡା ଗଛର ପତ୍ର ମଧ୍ୟ ଅନେକ ଉପକାର ଦେଇଥାଏ । ତାହା ଖୁବ କମ୍ ଲୋକେ ଜାଣନ୍ତି । ବିଶେଷ କରି ଡେଙ୍ଗୁ ଜ୍ୱର ହେଲେ ଅମୃତ ଭଣ୍ଡା ପତ୍ରର ଜୁସ୍ ପିଇବାକୁ ଅଭିଜ୍ଞବ୍ୟକ୍ତି ମାନେ ପରାମର୍ଶ ଦେଇଥାନ୍ତି । କାରଣ ଅମୃତଭଣ୍ଡା ପତ୍ର ଜୁସ୍ ପିଇବା ଦ୍ୱାରା ଶରୀରେ ରକ୍ତକଣିକା (ପ୍ଲେଟ୍‌ଲେଟ୍‌) ବଢ଼ିଥାଏ । ହେଲେ ଏସବୁ ବାଦ୍ ଅମୃତଭଣ୍ଡା ପତ୍ରରେ ଯେ ଆହୁରି ଅନେକ ଔଷଧୀୟ ଗୁଣ ରହିଛି ତାହା ବୋଧେ ସମସ୍ତଙ୍କୁ ଜଣାନଥିବ । ଅମୃତ ଭଣ୍ଡା ପତ୍ରରେ ଥିବା ଆଣ୍ଟିବ୍ୟାକ୍ଟେରିଆ ଗୁଣ ଶରୀର ଚର୍ମ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । କେବଳ ଏହି ଗୋଟିଏ ନୁହେଁ, ଅନେକ ଘରୋଇ ଉପଚାରରେ ମଧ୍ୟଅମୃତ ଭଣ୍ଡା ପତ୍ରର ବ୍ୟବହାର କରାଯାଇପାରେ । ଡେଙ୍ଗୁ ରୋଗର ଉପଚାର ପାଇଁ ଅମୃତ ଭଣ୍ଡା ପତ୍ରର ଜୁସ୍ ଔଷଧ ଭଳି କାମ କରେ । ଏହାକୁ ପିଇବା ଦ୍ୱାରା ମୁଣ୍ଡ ବିନ୍ଧା ଓ ଜ୍ୱର ଭଳି ସମସ୍ୟାରୁ ମୁକ୍ତି ମିଳିବା ସହିତ ଶରୀରରେ ରକ୍ତ କଣିକା ବୃଦ୍ଧିରେ ସହାୟକ ହୋଇଥାଏ । ଜ୍ୱର ସମୟରେ ହେଉଥିବା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଏହି ରସ ଦ୍ୱାରା ଦୂର ହୋଇ ପାରିବ ବୋଲି ଗବେଷକମାନଙ୍କର ମତ ରହିଛି । ତେବେ କେବଳ ଅମୃତ ଭଣ୍ଡା ପତ୍ର ଜୁସ୍ ପିଇଲେ ଡେଙ୍ଗୁ ଭଲ ହୋଇପାରିବ ନାହିଁ । ଏହା କେବଳ ରୋଗ ଭଲ କରିବାରେ ସହାୟକ ହେବ । କିନ୍ତୁ ଡେଙ୍ଗୁ ହେଲେ ଉପଯୁକ୍ତ ଚିକିତ୍ସା ଆବଶ୍ୟକ । ତେଣୁ ଡାକ୍ତରଙ୍କ ପରାମର୍ଶ ନିହାତି ଜରୁରୀ । ଏତଦ୍ ବ୍ୟତୀତ ଅମୃତ ଭଣ୍ଡା ପତ୍ରର ଜୁସ୍ ଆମକୁ ଅନେକ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ । ଅମୃତ ଭଣ୍ଡା ପତ୍ରର ଜୁସ୍ ପ୍ରତ୍ୟେକ ଦିନ ପିଇବା ଦ୍ୱାରା ପେଟ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ