ଆମ ଶରୀରର ଅନେକ ରୋଗକୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ ପିସ୍ତାବାଦାମ
ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ କିଛି ଡ୍ରାଏ ଫ୍ରୁଟ୍ସ ଖାଇବା ଉଚିତ । ପିସ୍ତାବାଦାମ ଏକ ଏପରି ଡ୍ରାଏ ଫ୍ରୁଟ ଯାହା ଖାଇବା ପାଇଁ ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ପିସ୍ତାବାଦାମରେ ଭରପୂର ମାତ୍ରାରେ ପୋଷକତତ୍ତ୍ୱ ରହିଥାଏ । ଯାହା ଆମ ଶରୀରର ଅନେକ ରୋଗକୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ ।
ଏଥିରେ ଆଇରନ୍, ଫାଇବର, କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଫସଫରସ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଥିଆମାଇନ, ପୋଟାସିୟମ୍, ଭିଟାମିନ୍ ବି ୬, କପର, ଲିନୋଲିକ୍ ଏସିଡ୍, ମୋନୋସାଚୁରେଟେଡ୍ ଫ୍ୟାଟି ଏସିଡ୍ ଇତ୍ୟାଦି ଭରପୂର ମାତ୍ରାରେ ଥାଏ । ଏଥିରେ ଅନେକ ପୋଷକ ତତ୍ତ୍ବ ଥିବାରୁ ଏହା ଆମ ଆଖି ପାଇଁ ଖୁବ ଲଭଦାୟୀ ହୋଇଥାଏ । କେବଳ ସେତିକି ନୁହେଁ ଏହା ବ୍ଲଡ ପ୍ରେସର, କୋଲେଷ୍ଟ୍ରଲ ଏବଂ ମୋଟାପା ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ପିସ୍ତାବାଦାମ ଖାଇବାର ଲାଭ ସମ୍ପର୍କରେ ଜାଣିବା ।
ଡାଇବେଟିସ୍ ପାଇଁ ଲାଭଦାୟକ : ଡାଇବେଟିସ୍ ରୋଗୀଙ୍କୁ ଅନେକ ଜିନିଷ ଖାଇବାକୁ ବାରଣ କରାଯାଇଥାଏ । କିନ୍ତୁ ଡ୍ରାଏ ଫ୍ରୁଟ୍ସ ମଧ୍ୟରେ ପିସ୍ତା ଡାଇବେଟିସ୍ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ । ନିୟମିତ ଭାବରେ ପିସ୍ତାବାଦାମ ଖାଇବା ଦ୍ୱାରା ଡାଇବେଟିସ ହେବାର ଆଶଙ୍କା ବହୁତ ମାତ୍ରାରେ କମିଯାଏ । ଏଥିରେ ଲୋ-ଗ୍ଲାଇସେମିକ ଇଣ୍ଡେକ୍ସ ରହିଛି ଯାହା ଡାଇବେଟିସକୁ କଣ୍ଟ୍ରୋଲରେ ରଖିଥାଏ । ଏହା ବ୍ଲଡ ର ସୁଗାର ଲେବଲକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ ।
ଆଖି ପାଇଁ ଲାଭଦାୟକ : ପିସ୍ତାବାଦାମ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ମଧ୍ୟ ବଢ଼ିଥାଏ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଲ୍ୟୁଟିନ୍ ଥାଏ । ଯାହା ଆଖି ପାଇଁ ଖୁବ୍ ପ୍ରଭାବଶାଳୀ ହୋଇଥାଏ । ପିସ୍ତା ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢ଼ିବା ସହ ମୋତିଆ ବିନ୍ଦୁ ହେବାର ଆଶଙ୍କାକୁ ମଧ୍ୟ କମ୍ କରିଥାଏ ।
ହୃଦ୍ ରୋଗରୁ ରକ୍ଷା କରେ : ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କ ପାଖରେ ହାର୍ଟ ରୋଗର ସମସ୍ୟା ଦେଖିବାକୁ ମିଳୁଛି । ତେଣୁ ସେମାନେ ନିୟମିତ ପିସ୍ତା ବାଦାମ ଖାଇବା ଆବଶ୍ୟକ । କାହିଁକିନା ଏଥିରେ ବହୁ ପରିମାଣର ପୋଟାସିୟମ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି ।ଯାହା ଦ୍ବାରା ହାର୍ଟକୁ ସୁସ୍ଥ ରଖିବା ସହିତ ହୃଦ୍ ରୋଗର ଆଶଙ୍କାକୁ କମାଇଥାଏ ।
କୋଲେଷ୍ଟ୍ରାଲ ସ୍ତରକୁ ନିୟନ୍ତ୍ରଣ କରେ : ପିସ୍ତାବାଦାମରେ ଫାଇବର ଏବଂ ମିନେରାଲ୍ସ ଥାଏ । ଯାହା କୋଲେଷ୍ଟ୍ରାଲ ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ । ପିସ୍ତା ଖାଇବା ଦ୍ୱାରା ପେଟ ଭରି ରହିଲା ଭଳି ଅନୁଭବ ହୋଇଥାଏ । ଫଳରେ ଆମକୁ ଭୋକ କମ୍ ହୋଇଥାଏ । ଯାହା ସହଜରେ ଓଜନ ହ୍ରାସ କରିବାରେ ସହାୟକ କରିଥାଏ ।
ହାଡ଼କୁ ମଜବୁତ କରେ : ପିସ୍ତାରେ ଭରପୂର ମାତ୍ରାରେ ପ୍ରୋଟିନ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇବର ଥାଏ । ଯାହା ଖାଇବା ଦ୍ୱାରା ହାଡ଼ ମଧ୍ୟ ମଜବୁତ ହୋଇଥାଏ । ଏଥିରେ ଥିବା କୋଲୋନ୍ କ୍ୟାନ୍ସର ହେବାର ଆଶଙ୍କା ମଧ୍ୟ କମ୍ କରିଥାଏ । ଏଥିସହିତ ପିସ୍ତା ବାଦାମରେ ଫାଇବର ପ୍ରଚୁର ମାତ୍ରାରେ ଥିବାରୁ କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ମଧ୍ୟ ଦୂର କରିଥାଏ ।
ପିସ୍ତା ସମସ୍ତ ପାୱାରଫୁଲ ଡ୍ରାଏଫ୍ରୁଟ୍ସ ମଧ୍ୟରୁ ଅନ୍ୟତମ । ଏଥିରୁ ଡାଇଟରୀ ଫାଇବର ଏବଂ ଅନସାଚ୍ୟୁରେଟେଡ୍ ଫ୍ୟାଟି ଏସିଡ୍ ଭରପୂର ମାତ୍ରାର ମିଳିଥାଏ । ଏହା କେବଳ ସ୍ବାଦିଷ୍ଟ ଲାଗି ନଥାଏ ବରଂ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ପ୍ରଭାବଶାଳୀ ହୋଇଥାଏ । ତେଣୁ ଏହି ସବୁ ସମସ୍ୟା ଥିଲେ ଆପଣଙ୍କ ଡାଏଟ୍ ଲିଷ୍ଟରେ ପିସ୍ତାକୁ ସାମିଲ କରିପାରିବେ ।