ପାନରେ ବ୍ୟବହୃତ ତମାଖୁ ଶର୍କରା ମେଟାବୋଲିଜିମକୁ ପ୍ରଭାବିତ କରିପାରେ

ଭାରତରେ ଅନେକ ଲୋକ ସାଧାରଣତଃ ପାନ ଖାଆନ୍ତି। ଅନେକ ଲୋକ ତ ଏଥିରେ ପୁରା ଅଭ୍ୟସ୍ତ ଥାଆନ୍ତି। କିନ୍ତୁ କିଛି ଲୋକଙ୍କ ମନରେ ପ୍ରଶ୍ନ ଉଠେ ମଧୁମେହ ରୋଗୀମାନେ ପାନ ଖାଇପାରିବେ କି? ଆସନ୍ତୁ ଜାଣିବା ଏହାକୁ ନେଇ କଣ କହୁଛନ୍ତି ବିଶେଷଜ୍ଞ? ବିଶେଷଜ୍ଞଙ୍କ ମତରେ ମଧୁମେହ ପୀଡିତ ବ୍ୟକ୍ତିମାନେ ପାନ ଖାଇବାରୁ ଦୂରେଇ ରହିବା ଉଚିତ। କାରଣ ପାନରେ ଥିବା ସୁପାରୀରେ ଆରେକୋଲାଇନ୍ ନାମକ ଏକ ପଦାର୍ଥ ଥାଏ।

ଯାହା ଇନସୁଲିନ୍ କୁ ହ୍ରାସ କରେ ଏବଂ ଶର୍କରା ସ୍ତରକୁ ବୃଦ୍ଧି କରିପାରେ। ଏହି ପଦାର୍ଥର ଅତ୍ୟଧିକ ସେବନ ଟାଇପ୍ ଟୁ ମଧୁମେହ ହେବାର ଆଶଙ୍କାକୁ ଯଥେଷ୍ଟ ବୃଦ୍ଧି କରେ। ଏହାବ୍ୟତୀତ ପାନ ଖାଇବା ଦ୍ୱାରା ମୁଖ କର୍କଟ ହେବାର ଆଶଙ୍କା ମଧ୍ୟ ଥାଏ। ଏହାସହ ପାନରେ ବ୍ୟବହୃତ ତମାଖୁ ମଧ୍ୟ ଶର୍କରା ମେଟାବୋଲିଜିମକୁ ପ୍ରଭାବିତ କରିପାରେ। ମିଠା ପାନ ବିଷୟରେ, ଏହା ସ୍ୱାଭାବିକ ଯେ ମିଠା ପାନ ଖାଇବା ଦ୍ୱାରା ଶର୍କରା ସ୍ତର ବୃଦ୍ଧି ପାଇବ।

Leave a comment