ଓଡ଼ିଶାକୁ ଏଯାଏଁ ବ୍ୟାପିନି ନିପା ଭାଇରସ, ତେଣୁ ଓଡ଼ିଶା ଭୟ କରିବା ଦରକାର ନାହିଁ – ନୀଳକଣ୍ଠ ମିଶ୍ର
ପଶ୍ଚିମବଙ୍ଗରେ ନିପା ଭାଇରସର ଆତଙ୍କ ପରେ ଓଡ଼ିଶାରେ ଭୟ ବଢ଼ିବାରେ ଲାଗିଛି । ୨ ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତ ଘଟଣାରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛନ୍ତି । ଓଡ଼ିଶାକୁ ଏଯାଏଁ ବ୍ୟାପିନି ତେଣୁ ଭୟ କର ନାହିଁ । କେନ୍ଦ୍ର ଏ ଯାଏଁ ନିର୍ଦ୍ଦେଶନାମା ଜାରି କରିନି କହିଲେ ନୀଳକଣ୍ଠ ମିଶ୍ର ।
ତାଙ୍କ କହିବା ଅନୁସାରେ, ଯାହା ୨୦୨୩ରେ ମାର୍ଗଦର୍ଶିକା ଆସିଥିଲା, ତାହା ପାଳନ କରାଯାଉ । କେନ୍ଦ୍ର ନିର୍ଦ୍ଦେଶ ନ ଦେବା ଯାଏଁ ଓଡ଼ିଶାରେ କୌଣସି ଅସୁବିଧା ହେବ ନାହିଁ । ଭାରତ ସରକାରଙ୍କ ଟିମ୍ ପଶ୍ଚିମବଙ୍ଗ ଯାଇ କାମ କରୁଛନ୍ତି । ଓଡ଼ିଶାରେ ନିପା ଭାଇରସ୍ ରୋଗୀ ଚିହ୍ନଟ ହୋଇନାହାନ୍ତି । ଓଡ଼ିଶାକୁ ଏଯାଏଁ ବ୍ୟାପିନି, ତେଣୁ ଓଡ଼ିଶା ଭୟ କରିବା ଦରକାର ନାହିଁ ବୋଲି କହିଛନ୍ତି ।