କରୋନା ଭାଇରସ୍‌ର ନୂଆ ରୂପ JN-1 ଭାରିଆଣ୍ଟ

କରୋନାର ଭୟାବହତା ଲୋକଙ୍କ ମନରୁ ନଲିଭୁଣୁ ପୁଣି ଡରାଇଲାଣି ଭୂତାଣୁ ଭୟ । କରୋନାର JN-1 ଭାରିଆଣ୍ଟକୁ ନେଇ ଏସିଆ ମହାଦେଶରେ ହଲ୍‌ଚଲ୍ । ୨୦୨୦ରେ କରୋନା ଭୂତାଣୁ ଅନେକଙ୍କ ଜୀବନ ନେଇଛି । ଲୋକଙ୍କ ଜୀବିକାରେ ମଧ୍ୟ ବାଧା ସୃଷ୍ଟି କରିଥିଲା । ବର୍ତ୍ତମାନ ଚୀନ, ସିଙ୍ଗାପୁର, ହଂକଂ ଓ ଥାଇଲ୍ୟାଣ୍ଡରେ ବେଲଗାମ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାର କାରଣ ହେଉଛି JN-1 ଭାରିଆଣ୍ଟର ଦ୍ରୁତ ଗତିରେ ସଂକ୍ରମଣ ।

୩ ମେ ସୁଦ୍ଧା ସପ୍ତାହେ ମଧ୍ୟରେ ସିଙ୍ଗାପୁରରେ ୧୪ ହଜାର୨୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଗତ ସପ୍ତାହରେ ୧୧ ହଜାର ୧୦୦ରେ ପହଁଚିଥିଲା ଏହି ସଂଖ୍ୟା । ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟାରେ ମଧ୍ୟ ୩୦ ପ୍ରତିଶତ ବୃଦ୍ଧି ଘଟିଛି । ଏନେଇ ଲୋକଙ୍କୁ ଅଧିକ ସତର୍କ କରିଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ । ହଂକଂରେ ମଧ୍ୟ କରୋନା ସଂକ୍ରମଣ ବଢିଚାଲିଛି । ଗତ ଏକ ସପ୍ତାହରେ ୩୧ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ହେଲଥ୍‌ ଅଫିସର । ଭାରତରେ ବର୍ତ୍ତମାନ ଭୂତାଣୁ ଭୟ କମ୍ ରହିଥିଲେ ମଧ୍ୟ ଲୋକେ ସତର୍କ ହେବା ଜରୁରୀ ହୋଇ ପଡିଛି ।

Leave a comment