ଆସନ୍ତୁ ଜାଣିବା ମାୟଲଜିଆର ଲକ୍ଷଣ କଣ ଏବଂ ଏହାର ପ୍ରତିକାର

ଆପଣ ବିନା କୌଣସି କାରଣରେ ଶରୀରରେ ଯନ୍ତ୍ରଣା ଅନୁଭବ କରିଛନ୍ତି କି? ଯଦି କିଛି ଭାରୀ କାମ କରୁଛନ୍ତି, ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କି ? ତେବେ ଏହି ପ୍ରକାରର ମାଂସପେଶୀ ଯନ୍ତ୍ରଣାକୁ ମାୟାଲଜିଆ କୁହାଯାଏ। କେତେବେଳେ ଏହି ଯନ୍ତ୍ରଣା ହାଲୁକା ହୋଇଥାଏ ତ ଆଉ କେତେବେଳେ ଏହା ଏତେ ଭୟଙ୍କର ହୋଇଯାଏ ଯେ ଦୈନନ୍ଦିତ କାର୍ଯ୍ୟ କରିବା ବି ମୁସ୍କିଲ ହୋଇପଡେ। ହୋଇଯାଏ ଯେ ଦୈନନ୍ଦିନ କାର୍ଯ୍ୟ ମଧ୍ୟ କଷ୍ଟକର ହୋଇଯାଏ। ଅନେକ ସମୟରେ ଆମେ ଏହାକୁ ଅଣଦେଖା କରିଥାଉ। କିନ୍ତୁ ନ୍ୟାସନାଲ୍ ଲାଇବ୍ରେରୀ ଅଫ୍ ମେଡିସିନ୍‌ରେ ପ୍ରକାଶିତ ଗବେଷଣାରୁ ଜଣାପଡିଛି ଯେ କୋଭିଡ୍-୧୯ ସଂକ୍ରମଣ ଏହାର ଏକ ପ୍ରମୁଖ କାରଣ ହୋଇପାରେ। ରୁମେଟାଇଡ୍ ଆର୍ଥ୍ରାଇଟିସ୍ ଏବଂ ଲୁପସ୍ ଭଳି ଗୁରୁତର ରୋଗ ଏବଂ କିଛି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ମାୟାଲଜିଆର କାରଣ ହୋଇପାରେ।

ତେବେ ଆସନ୍ତୁ ଜାଣିବା ମାୟଲଜିଆର ଲକ୍ଷଣ କଣ ଏବଂ ଏହାର ପ୍ରତିକାର କିପରି କରିହେବ।
ମାୟାଲଜିଆର ଅର୍ଥ ମାଂସପେଶୀ ଯନ୍ତ୍ରଣା। କେତେକ ସମୟରେ ଏହି ଯନ୍ତ୍ରଣା କାନ୍ଧ କିମ୍ବା ଜଙ୍ଘରେ ହୋଇଥାଏ। ତ କେତେକ ସମୟରେ ଏହା ସାରା ଶରୀରରେ ବ୍ୟାପିଥାଏ। ଏହା କୌଣସି ନିର୍ଦ୍ଦିଷ୍ଟ ରୋଗ ନୁହେଁ, ବରଂ ଏକ ଲକ୍ଷଣ ଯାହା ବିଭିନ୍ନ କାରଣ ଯୋଗୁଁ ହୋଇପାରେ। ଜିମ୍‌ରେ ଅତ୍ୟଧିକ ପରିଶ୍ରମ, ଫ୍ଲୁ କିମ୍ବା ଆଘାତ ଯୋଗୁଁ ମଧ୍ୟ ମାୟାଲଜିଆ ହୋଇପାରେ। ମାୟାଲଜିଆ ହେଲେ ଥକ୍କାପଣ, ଦୁର୍ବଳତା ଏବଂ କିଛି କ୍ଷେତ୍ରରେ ଜ୍ୱର କିମ୍ବା ଗଣ୍ଠି ଫୁଲା ମଧ୍ୟ ହୋଇପାରେ।

ନିରାକରଣ-
୧-ସବୁଠାରୁ ସହଜ ଉପାୟ ହେଉଛି ମାଂସପେଶୀଗୁଡ଼ିକୁ ବିଶ୍ରାମ ଦେବା। ଅତ୍ୟଧିକ ପରିଶ୍ରମରୁ ଦୂରେଇ ରୁହନ୍ତୁ।
୨- ଯଦି ମାଂସପେଶୀରେ ଯନ୍ତ୍ରଣା ଲାଗି କୌଣସି ପେନକିଲର୍ ଖାଉଛନ୍ତି, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
୩-ଷ୍ଟ୍ରେଚିଂ କରିବା ଦ୍ଵାରା ମାଂସପେଶୀକୁ ଆରାମ ମିଳିଥାଏ , ଯନ୍ତ୍ରଣା ମଧ୍ୟ କମ୍ ହୁଏ କିନ୍ତୁ ଏଥିଲାଗି କୌଣସି ଫିଜିଓଥେରାପିଷ୍ଟଙ୍କ ସହିତ ପରାମର୍ଶ କରନ୍ତୁ।

Leave a comment