ହୋଲିରେ କିପରି କରିବେ  ତ୍ବଚା ଏବଂ କେଶର ଯତ୍ନ  

ଆସିଛି ରଙ୍ଗର ପର୍ବ ହୋଲି । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ହୋଲିର ରଙ୍ଗରେ ରଙ୍ଗାୟିତ ହୋଇଥାଆନ୍ତି । ହୋଲିରେ କେହି କାହାକୁ ରଙ୍ଗ ଲଗାଇଲେ ମାତ୍ରେ ହିଁ ମନରେ ଥିବା ସମସ୍ତ ରୋଷ ଓ ଅଭିମାନ ଦୂରେଇ ଯାଇଥାଏ । ଏହି ରଙ୍ଗୀନ ପର୍ବ ମନକୁ ଆନନ୍ଦ ଏବଂ ଉତ୍ସାହିତ କରିଥାଏ ।  କଣ  ଆପଣ ହୋଲି ଖେଳିବାକୁ ପ୍ରସ୍ତୁତ ।  ଯଦି ପ୍ରସ୍ତୁତ ତେବେ ଏହା କଦାପି ଭୁଲନ୍ତୁ ନାହିଁ ଯେ  ରଙ୍ଗର ପର୍ବ ହୋଲି ଉତ୍ସବ ଆପଣ ଙ୍କ ତ୍ବଚା ଉପରେ କିଛି ଖରାପ ପ୍ରଭାବ ନପକାଉ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।  କାରଣ ହୋଲି ରେ ଅଧିକାଂଶ ରଙ୍ଗ କେମିକାଲ ଥାଏ ।  ଯାହା ଆପଣଙ୍କ କେଶ ଏବଂ ଚର୍ମ କୁ ନଷ୍ଟ କରିବା ସମ୍ଭାବନା ଥାଏ ।  କିନ୍ତୁ  ଯଦି ସଠିକ୍‌  ହୋଲି  ଟିପ୍ସ ସହ ଆପଣ  ହୋଲିର ମଜା ନେବେ ତେବେ ମୁହଁ ଏବଂ କେଶ ର ସୁରକ୍ଷା କରିପାରିବେ ।  ହୋଲି ପୂର୍ବରୁ ସ୍କିନ୍‌ ଏବଂ ହେୟାର କେୟାର ଟିପ୍ସ ଜାଣିରଖନ୍ତୁ ।  ଏହା ବହୁତ ସହଜ ଏବଂ ପ୍ରଭାବଶାଳୀ ଟିପ୍ସ ।

ହୋଲିରେ କିପରି କରିବେ  ତ୍ବଚା ଏବଂ କେଶର ଯତ୍ନ 

ହୋଲି ପୂର୍ବରୁ  କେଶ ମୂଳରେ ନଡିଆ ତେଲ ମାଲିସ କରିବା ଆବଶ୍ୟକ । ଏହା ଦ୍ବାରା କେଶରେ ଏକ ଚିକ୍କଣ ଆବରଣ ସୃଷ୍ଟି ହୋଇଥାଏ । ଯାହା ଫଳରେ ରଙ୍ଗ ତ୍ବଚାର ମୂଳରେ ପହଞ୍ଚିପାରେ ନାହିଁ।
ହୋଲିର କେମିକାଲ ରଙ୍ଗରୁ  ନିଜ କେଶକୁ ରକ୍ଷା କରିବା ପାଇଁ  ସହଜ  ଉପାୟ ହେଉଛି  କେଶକୁ ଏଖାଠି କରି ବାନ୍ଧି ଦିଅନ୍ତୁ। କାରଣ କେଶ ଖୋଲା ରହିଲେ ଅଡୁଆ ତଡୁଆ ହୋଇପାରେ ଏବଂ ରଙ୍ଗ ଅଧିକ   ଜମା ହୋଇଯାଇଥାଏ ମୁଣ୍ଡରେ  । ଯାହାଦ୍ବାରା ସଫା କରିବା ବେଳେ ସମସ୍ୟା ହୋଇଥାଏ । କେଶ ଉପୁଡି ଯାଇଥାଏ । ତେଣୁ ହୋଲି ଖେଳିବା  ବେଳେ କେଶକୁ ବାନ୍ଧି ଦିଅନ୍ତୁ ।
ହୋଲି ଖେଳିସାରିବା ପରେ  ସର୍ବପ୍ରଥମେ  ଆପଣ  କେଶକୁ ଖାଲି ପାଣିରେ  ଧୋଇ ନି୍ଅନ୍ତୁ । ଏହା ପରେ ଅଳ୍ପ ପରିମାଣର ଶ୍ୟାମ୍ପୁରେ କେଶ ଶଫା କରିନି୍ଅନ୍ତୁ।  ଏପରି କରିବା ଦ୍ବାରା କେଶ ଡ୍ରାଏ  ହେବ ନାହିଁ।  ଗାଧୋଇବା ପରେ ମସରାଇଜର ସମ୍ପୂର୍ଣ୍ଣ ଶରୀରରେ ଲଗାନ୍ତୁ।
ତ୍ବଚାର ଯତ୍ନ
ହୋଲି ଖେଳିବା ପୂର୍ବରୁ  ମୁହଁରେ ମଇଶ୍ଚରାଇଜର ଭଲ  ଭାବେ ଲଗାଇବା ଆବଶ୍ୟକ ।  ଏହା ବ୍ୟତିତ  ହାତ ଗୋଡରେ ନଡିଆ  ତେଲ  ଭଲ ଭାବେ ଲଗାଇଦିଅନ୍ତୁ ।  ଏପରି କରିବା ଦ୍ବାରା  ଚର୍ମ ଭିତରେ ରଙ୍ଗ ପଶି ନଥାଏ ।
ହୋଲିର ରଙ୍ଗ କିଛି କ୍ଷତି ନପହଞ୍ଚାଉ ସେଥିପାଇଁ ଆପଣ  ସନସ୍କ୍ରିନ୍‌  ମଧ୍ୟ ଲାଗାଇପାରିବେ । ଏଥିରେ ଆପଣଙ୍କ  ସ୍କିନ୍ ନଷ୍ଟ  ହେବନି ।  ହୋଲି ଖେଳିବାର ୩୦ ମିନିଟ୍‌ ପୂର୍ବରୁ ସନସ୍କିନ୍‌ ଲଗାଇବା ଆବଶ୍ୟକ ।
ହୋଲି ଖେଳିବା  ବେଳେ କୌଣସି ପ୍ରକାରର ମେକଅପ ନିଅନ୍ତୁ ନାହିଁ।  ଏହାଦ୍ବାରା ଆପଣଙ୍କ ସ୍କିନ୍‌ ଖରାପ ହୋଇପାରେ ।   ଚେହେରା ମଧ୍ୟ ଡଲ ଲାଗିବ।  ହୋଲି ଖେଳିବା  ପରେ ସ୍କିନ୍‌କୁ ଭଲରେ ସଫା କରିନିଅନ୍ତୁ ।

Leave a comment