ବିଧାନସଭାରେ ମୁହାଁମୁହିଁ ହେଲେ ବର୍ତ୍ତମାନର ସ୍ୱାସ୍ଥ୍ୟମନ୍ତ୍ରୀ ଓ ଆଉ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ । ନିଜ ନିଜର ନିର୍ବାଚନମଣ୍ଡଳୀରେ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ମୁହାଁ ମୁହିଁ ହୋଇଛନ୍ତି ଦୁଇ ନେତା । ତେବେ ଆଜି ବିଧାନସଭା ପ୍ରଶ୍ନକାଳରେ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କହିଥିଲେ ସୋନପୁରରେ DHHର ନିର୍ମାଣ ଶୈଳୀ ଦେଶର ଦ୍ଵିତୀୟ ସ୍ଥାନରେ ରହିଛି, କିନ୍ତୁ ଡାକ୍ତର ନାହାନ୍ତି। ମନ୍ତ୍ରୀ ତାଙ୍କ ଏରିଆକୁ ଭଲ ଡାକ୍ତର ବଦଳି କରି ନେଇଯାଉଛନ୍ତି। ଯେଉଁ କାରଣରୁ ଅନେକ ରୋଗୀ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି ।ଏହାର ଜବାବରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ, ବିଜେଡି ସରକାର ୨୪ ବର୍ଷ ଧରି କ୍ଷମତାରେ ଥିବାବେଳେ ବିଜେପି ଏବେ ଉତ୍ତରାଧିକାରୀ ସୂତ୍ରରେ ସବୁ ସମସ୍ୟା ପାଇଛି। ପୂର୍ବ ସରକାରରେ ନିରଞ୍ଜନ ପୂଜାରୀ ନିଜେ ସ୍ବାସ୍ଥ୍ୟମନ୍ତ୍ରୀ ଥିଲେ। ରାଜ୍ୟରେ ମୋହନ ସରକାର ଆସିବାକୁ ମାତ୍ର ଦେଢ଼ ବର୍ଷ ହୋଇଛି । ଆଉ ଦେଢ଼ ବର୍ଷ ଭିତରେ ସ୍ପେସିଆଲିଷ୍ଟ ଡାକ୍ତର ତିଆରି ହୋଇପାରିବେ ନାହିଁ। ଏହାସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ୫ ହଜାର ୧୯୫ ମେଡିକାଲ୍ ଅଫିସର ଓ ପାରା ମେଡିକାଲ ଷ୍ଟାଫ ନିଯୁକ୍ତ ହୋଇଛନ୍ତି । କିନ୍ତୁ ସ୍ପେସିଆଲିଷ୍ଟ ଡାକ୍ତର ଅଭାବ ରହିଛି, ଆଗାମୀ ଦିନରେ ପଦବୀ ପୂରଣ କରାଯିବ ବୋଲି କହିବା ସହିତ ବିଜେଡି ବିଧାୟକଙ୍କୁ ଜବାବ ଦେଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି