ଏସସିବି ମେଡ଼ିକାଲରେ ଅଗ୍ନିକାଣ୍ଡ ଘଟଣା, ତଦନ୍ତରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବେ ଦୃଢ଼ କାର୍ଯୟାନୁଷ୍ଠାନ ଗ୍ରହଣ କରାଯିବ-ସ୍ବାସ୍ଥ୍ୟ ମନ୍ତ୍ରୀ

ଅଗ୍ନିକାଣ୍ଡ ଘଟିବା ତୁରନ୍ତ ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଗୁରୁତର ରୋଗୀଙ୍କୁ ଅନ୍ୟ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ଘଟଣାରେ ମୋଟ ୧୨ ଜଣ ପ୍ରାଣ ହରାଇଛନ୍ତି । ଦେବଦୂତ ଭଳି ଯେଉଁ ମେଡିକାଲ କର୍ମଚାରୀ ମାନେ ଉଦ୍ଧାରକାର୍ଯ୍ୟ କରିଥିଲେ । ସେମାନଙ୍କ ମଧ୍ୟରୁ ୧୧ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ଘଟଣା ଘଟିବା ପରେ ମୁଖ୍ୟମନ୍ତ୍ରୀ ନିଜେ ଘଟଣାସ୍ଥଳ ପରିଦର୍ଶନ କରି ଆହତଙ୍କୁ ଭେଟିଥିଲେ । ଏହାସହ ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଘଟଣା ସମ୍ପର୍କରେ ପ୍ରଧାନ ମନ୍ତ୍ରୀ କଥା ହୋଇଛନ୍ତି। ଯାହା ଆବଶ୍ୟକୀୟ ପଦକ୍ଷେପ ସରକାର୍ ଗ୍ରହଣ କରୁଛନ୍ତି । ଏହା ଭିତରେ ରାଜ୍ୟରେ ଥିବା ୨୦୧୦ଟି ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ଯାଞ୍ଚ ସରିଛି । ସେଗୁଡ଼ିକର କଣ ଆବଶ୍ୟକତା ଅଛି ତାହା ଅନୁଧ୍ୟାନ କରାଯିବା ସହ ପୂରଣ କରିବାକୁ ସରକାର୍ ପଦକ୍ଷେପ ନେଉଛନ୍ତି ।

ଏଥିପାଇଁ ଚଳିତ ଆର୍ଥିକ ବର୍ଷରେ ୪୦୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରାଯାଇଛି । ସରକାର୍ ଏହି ଘଟଣାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବେ ଦୃଢ଼ କାର୍ଯୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହ ଇଣ୍ଟର ଡିପାର୍ଟମେଣ୍ଟାଲ ଫ୍ୟାକ୍ଟ ଫାଇଣ୍ଡିଙ୍ଗ କମିଟି ଗଠନ କରାଯାଇଛି । ଉନ୍ନୟନ କମିଶନର କ୍ଷେତ୍ର ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି ।

Leave a comment