ବାସି ରୁଟି ସ୍ବାସ୍ଥ୍ୟ ପାଇଁ ବରଦାନ ସଦୃଶ

ରୁଟି ଭାରତୀୟଙ୍କ ମୁଖ୍ୟ ଖାଦ୍ୟ ବୋଲି କୁହାଯାଏ । ଲଞ୍ଚଠାରୁ ଆରମ୍ଭ କରି ଡିନର ଏବଂ ବ୍ରେକଫାଷ୍ଟରେ ସମସ୍ତେ ପ୍ରାୟତଃ ରୁଟି ଖାଇଥାଆନ୍ତି । ବେଳେବେଳେ ରାତିରେ କିଛି ରୁଟି ବଳିଯାଏ ଯାହାକୁ ବାସି ରୁଟି କୁହାଯାଏ । କିଛି ଲୋକ ବାସି ରୁଟିକୁ ସକାଳ ଜଳଖିଆରେ ସାମିଲ କରୁଥିବାବେଳେ ଆଉ କିଛି ଲୋକ ବାସି ରୁଟି ଖାଇବାକୁ ପସନ୍ଦ କରନଥାନ୍ତି । ଅଧିକାଂଶ ଲୋକେ ଏହି ବାସି ରୁଟିକୁ ପଶୁମାନଙ୍କୁ ଖାଇବା ପାଇଁ ଦେଇଦିଅନ୍ତି ।

କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବାସି ରୁଟି ସ୍ବାସ୍ଥ୍ୟ ପାଇଁ ବରଦାନ ସଦୃଶ ହୋଇଥାଏ । ଶରୀର ପାଇଁ ବାସିରୁଟି ହିତକର ହୋଇଥାଏ ବୋଲି ବିବେଚନା କରାଯାଏ । ଯାହା ଅନେକ ସ୍ବାସ୍ଥ୍ୟଗତ ସମସ୍ୟାକୁ ଦୂର କରିଦେଇଥାଏ । ଯଦି ଆପଣ ବାସି ରୁଟିକୁ ଫିଙ୍ଗି ଦେଉଛନ୍ତି ତେବେ ଆଦୌ ଫିଙ୍ଗନ୍ତୁ ନାହିଁ । କାହିଁକିନା ଆମେ ଆଜି ଆପଣଙ୍କୁ ଏଭଳି ଲାଭ ସମ୍ପର୍କରେ ଜଣାଇବୁ ଯାହା ଆପଣଙ୍କୁ ଅନେକ ଲାଭ ପ୍ରଦାନ କରିବ । ତେବେ ବାସି ରୁଟି ଖାଇବାର ଲାଭ ସମ୍ପର୍କରେ ଜାଣନ୍ତୁ ।

ପାଚନ ପ୍ରକ୍ରିୟା ପାଇଁ ଲାଭଦାୟକ : ତାଜା ରୁଟି ଅପେକ୍ଷା ବାସି ରୁଟି ଖୁବ୍ ହିତକର । ବାସି ରୁଟିରେ ଫାଇବରର ପରିମାଣ ଅଧିକ ରହିଥାଏ । ରାତିସାରା ରଖିବା ଦ୍ୱାରା ଏଥିରେ ପ୍ରତିରୋଧକ ଷ୍ଟାର୍ଚ ବିକଶିତ ହୁଏ, ଯାହା ପେଟର ଭଲ ବ୍ୟାକ୍ଟେରିଆ ଅର୍ଥାତ ପ୍ରିବାୟୋଟିକ୍ସକୁ ପୋଷଣ ଯୋଗାଇଥାଏ । ଏହା ହଜମ ପ୍ରକ୍ରିୟାକୁ ମଜବୁତ କରିବା ସହ କୋଷ୍ଠକାଠିନ୍ୟ, ଗ୍ୟାସ୍ ଏବଂ ଏସିଡ଼ିଟି ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ । ସକାଳୁ ବାସି ରୁଟି ଖାଇଲେ କବ୍ଜ ଭଳି ସମସ୍ୟାକୁ ଦୂର କରିଥାଏ ।

ଡାଇବେଟିସକୁ ନିୟନ୍ତ୍ରଣ କରେ : ବାସି ରୁଟିରେ ରେଜିଷ୍ଟ୍ରେଟ୍ ଷ୍ଟାର୍ଚ ରହିଥାଏ । ଯାହା ରକ୍ତ ଶର୍କରାର ହଠାତ୍ ବୃଦ୍ଧିକୁ ରୋକିଥାଏ । ତେଣୁ ଏହା ଡାଇବେଟିସ୍ ରୋଗୀଙ୍କ ପାଇଁ ଖୁବ୍ ପ୍ରଭାବଶାଳୀ ହୋଇଥାଏ ।

ଶରୀରକୁ ଥଣ୍ଡା ରଖେ : ଆୟୁର୍ବେଦ ଅନୁସାରେ ସକାଳେ ଥଣ୍ଡା କ୍ଷୀର କିମ୍ବା ଦହି ସହିତ ବାସି ରୁଟି ଖାଇବା ଦ୍ୱାରା ଶରୀରର ଉତ୍ତାପ କମିଯାଏ ଏବଂ ଶରୀର ଥଣ୍ଡା ରହିଥାଏ । ଗ୍ରୀଷ୍ମ ଋତୁରେ ଏହା ବିଶେଷ ଭାବରେ ଲାଭଦାୟକ ବୋଲି ବିବେଚନା କରାଯାଏ । ଏଥିସହ ବାସି ରୁଟି ସହିତ କ୍ଷୀର ଖାଇବା ଦ୍ବାରା ଶରୀରକୁ କାର୍ବୋହାଇଡ୍ରେଟ୍ ଏବଂ ପ୍ରୋଟିନ୍ ମିଳିଥାଏ । ଯାହା ଶକ୍ତିକୁ ବଜାୟ ରଖିବାରେ ସାହାଯ୍ୟ କରେ ।

ଓଜନ ହ୍ରାସ କରିବାରେ ସାହାଯ୍ୟ କରେ : ପ୍ରତିରୋଧୀ ଷ୍ଟାର୍ଚ ଏବଂ ଫାଇବର କାରଣରୁ, ବାସି ରୁଟି ଖାଇବା ଦ୍ୱାରା ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ଅନୁଭବ କରିପାରନ୍ତି । ଯାହା ଆପଣଙ୍କ ଓଜନ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ ।

Leave a comment