୪୨ଟି ସାଧାରଣ ଔଷଧର ଖୁଚୁରା ମୂଲ୍ୟ ସ୍ଥିର

କେନ୍ଦ୍ର ସରକାର ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସରକାର ୪୨ଟି ସାଧାରଣ ଔଷଧର ଖୁଚୁରା ମୂଲ୍ୟ ସ୍ଥିର କରିଛନ୍ତି। ଏଥିରେ ବ୍ରଡ୍-ସ୍ପେକ୍ଟ୍ରମ୍ ଆଣ୍ଟିବାୟୋଟିକ୍ ଏବଂ ଇପ୍କା ଲାବୋରେଟୋରୀ ଅନ୍ତର୍ଭୁକ୍ତ। ଏହି ଔଷଧଗୁଡ଼ିକ ସାଧାରଣତଃ ଅଙ୍ଗ ପ୍ରତିରୋପଣ ପରେ ଅଙ୍ଗ ପ୍ରତ୍ୟାଖ୍ୟାନକୁ ରୋକିବା ପାଇଁ ବ୍ୟବହୃତ ହୋଇଥାଏ। କୁହାଯାଉଛି ଯେ, ମେରୋପେନେମ୍ ଏବଂ ସଲବାକ୍ଟମ୍ ଇଞ୍ଜେକ୍ସନର ଖୁଚୁରା ମୂଲ୍ୟ ପ୍ରତି ଭାଏଲ୍ ୧,୯୩୮.୫୯ ଟଙ୍କା ସ୍ଥିର କରାଯାଇଛି।ଏହା ବ୍ୟତୀତ, ମାଇକୋଫେନୋଲେଟ୍ ମୋଫେଟିଲର ମୂଲ୍ୟ ପ୍ରତି ଟାବଲେଟ୍ ୧୩୧.୫୮ ଟଙ୍କା। ଜୀବାଣୁ ସଂକ୍ରମଣର ଚିକିତ୍ସାରେ ବ୍ୟବହୃତ ଆବଟ୍ ହେଲ୍ଥକେୟାରର କ୍ଲାରିଥ୍ରୋମାଇସିନ୍ ଏକ୍ସଟେଣ୍ଡେଡ୍-ରିଲିଜ୍ ଟାବଲେଟ୍ ଏବେ ପ୍ରତି ଟାବଲେଟ୍ ୭୧.୭୧ ଟଙ୍କାରେ ବିକ୍ରି ହେବ।
ଚଳିତ ବର୍ଷ ଫେବ୍ରୁଆରିରେ, ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ (ଏନପିପିଏ) ଏକ ନିର୍ଦ୍ଦେଶ ଜାରି କରିଥିଲେ। ଏହି ନିର୍ଦ୍ଦେଶରେ, ସମସ୍ତ ନିର୍ମାତାଙ୍କୁ ସ୍ଥିର ମୂଲ୍ୟର ତାଲିକା ରାଜ୍ୟ ଔଷଧ ନିୟନ୍ତ୍ରକ ଏବଂ ସରକାରଙ୍କୁ ଦାଖଲ କରିବାକୁ କୁହାଯାଇଥିଲା।

ଜଣେ ଅଧିକାରୀ ଏହି ସମ୍ପର୍କରେ କହିଛନ୍ତି ଯେ, ମୂଲ୍ୟ ତାଲିକା ପ୍ରଦର୍ଶନ କରିବାର ନିର୍ଦ୍ଦେଶ ଏଥିପାଇଁ ଦିଆଯାଇଛି ଯେ, ସାଧାରଣ ନାଗରିକ ଯାଞ୍ଚ କରିପାରିବେ ଫାର୍ମାସି ଔଷଧ ଏନପିପିଏ ଦ୍ୱାରା ସ୍ଥିର କରାଯାଇଥିବା ମୂଲ୍ୟରେ ବିକ୍ରି ହେଉଛି କି ନାହିଁ।

ଏନପିପିଏ  ଆଦେଶରେ କହିଛନ୍ତି ଯେ, ପ୍ରତ୍ୟେକ ଖୁଚୁରା ବିକ୍ରେତା ଏବଂ ଡିଲରଙ୍କୁ ମୂଲ୍ୟ ତାଲିକା ଏବଂ ପରିପୂରକ ତାଲିକା ଏକ ସାର୍ବଜନୀନ ସ୍ଥାନରେ ରଖିବାକୁ ପଡିବ। କୁହାଯାଇଛି  ଯେଭଳି ଏହି ତାଲିକା ଏକ ସ୍ପଷ୍ଟ ଏବଂ ସହଜରେ ଦୃଶ୍ୟମାନ ସ୍ଥାନରେ ରହିବା ଉଚିତ୍।  ବିଶେଷଜ୍ଞମାନଙ୍କ ଅନୁସାରେ ଏହା ରୋଗୀମାନଙ୍କୁ ମହଙ୍ଗା ଔଷଧ ନେଇ ଆଶ୍ୱସ୍ତି ପ୍ରଦାନ କରିବ ଏବଂ ଔଷଧ ଦୋକାନରେ ଅନୁଚିତ ଲାଭଖୋରକୁ ମଧ୍ୟ ରୋକିବ।

Leave a comment