ବିଦେଶୀ ନାଗରିକଙ୍କ ପାଇଁ ଆୟୁଷ ଭିସା

ଭାରତୀୟ ଚିକିତ୍ସା ପ୍ରଣାଳୀ ଅଧୀନରେ ଚିକିତ୍ସା ପାଇଁ ବିଦେଶୀ ନାଗରିକଙ୍କ ନିମନ୍ତେ ଆୟୁଷ (ଏୱାଇ) ଭିସା ପ୍ରସ୍ତୁତ କରାଯିବା ସମ୍ପର୍କରେ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଆୟୁଷ ଭିସାର ପ୍ରବର୍ତ୍ତନ ଆୟୁଷ ଚିକିତ୍ସା ପ୍ରଣାଳୀ / ଚିକିତ୍ସା ସମ୍ପର୍କିତ ଯତ୍ନ, କଲ୍ୟାଣ ଏବଂ ଯୋଗ ପରି ଚିକିତ୍ସା ପାଇଁ ଭାରତ ଆସୁଥିବା ବିଦେଶୀମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଭିସା ଯୋଜନା ପ୍ରବର୍ତ୍ତନ ପ୍ରସ୍ତାବକୁ ପୂରଣ କରେ ।

ଏକ ନୂତନ ଅଧ୍ୟାୟ, ଅର୍ଥାତ୍ ଅଧ୍ୟାୟ ୧୧କ – ଆୟୁଷ ଭିସା ଅଧ୍ୟାୟ ୧୧ – ଭିସା ମାନୁଆଲର ମେଡିକାଲ ଭିସା ପରେ ଅନ୍ତର୍ଭୁକ୍ତ କରାଯାଇଛି , ଯାହା ଭାରତୀୟ ଚିକିତ୍ସା ପ୍ରଣାଳୀ ଅଧୀନରେ ଚିକିତ୍ସା ସହିତ ଜଡିତ ଏବଂ ସେହି ଅନୁଯାୟୀ ଭିସା ମାନୁଆଲ, ୨୦୧୯ ର ବିଭିନ୍ନ ଅଧ୍ୟାୟରେ ଆବଶ୍ୟକୀୟ ସଂଶୋଧନ କରାଯାଇଛି ।

କେନ୍ଦ୍ର ଆୟୁଷ ଏବଂ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ  ସର୍ବାନନ୍ଦ ସୋନୋୱାଲ କହିଛନ୍ତି, “ଆୟୁଷ ଚିକିତ୍ସା ପ୍ରଣାଳୀ / ଭାରତୀୟ ଚିକିତ୍ସା ପ୍ରଣାଳୀ ଅଧୀନରେ ଚିକିତ୍ସା ଚାହୁଁଥିବା ବିଦେଶୀ ନାଗରିକ ମାନଙ୍କ ପାଇଁ ଆୟୁଷ (ଏୱାଇ) ଭିସା ପ୍ରସ୍ତୁତ କରିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ଏହା ଭାରତରେ ଚିକିତ୍ସା ମୂଲ୍ୟଭିତ୍ତିକ ଯାତ୍ରାକୁ ବୃଦ୍ଧି କରିବ । ଏହି ପଦକ୍ଷେପ ଆମର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଭାରତୀୟ ପାରମ୍ପରିକ ଔଷଧକୁ ଏକ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ପରିଣତ କରିବା ପାଇଁ ଆମର ପ୍ରୟାସକୁ ଆହୁରି ମଜଭୁତ କରିବ । ଏକ ସ୍ୱତନ୍ତ୍ର ଆୟୁଷ ଭିସା ଶ୍ରେଣୀ ସୃଷ୍ଟି କରିବାରେ ତାଙ୍କର ଉଦ୍ୟମ ପାଇଁ ମୁଁ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କୁ ପ୍ରଶଂସା କରିବାକୁ ଚାହୁଁଛି ।”