ପ୍ରସାଦ ପାଲଟିଲା ବିଷ : ବିଷାକ୍ତ ଡାଲମା ଖାଇ ୪୦ ଜଣ ଅସୁସ୍ଥ
ପ୍ରସାଦ ଖାଇବାକୁ କାହାକୁ ଭଲ ନ ଲାଗେ । ଯଦି ପ୍ରସାଦରେ ଭାତ ଡାଲମା ମିଳିଗଲା ତେବେ ଆଉ କିଛି ଲୋଡା ନାହିଁ । ହେଲେ ପ୍ରସାଦ କେବେ ବିଷ ପାଲଟିବ ଆପଣ ବିଶ୍ୱାସ କରିପାରିବେନି । ଏମିତି ଘଟିଛି ବାସ୍ତବରେ । ବିଷାକ୍ତ ଡାଲମା ଖାଇ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟି ୧୦ ନମ୍ୱର ୱାର୍ଡରେ ୪୦ ଜଣ ଅସୁସ୍ଥ ହୋଇଛନ୍ତି । କାରଣ ଡାଲମା ହାଣ୍ଡିରେ ପଡିଥିଲା ସାପ ।ସୂଚନା ଥାଉକି, ବୁଧବାର ବିଳମ୍ବିତ ରାତ୍ରିରେ ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ ୱାର୍ଡରେ ଚାଲିଥିଲା ଭାଗବତ ସପ୍ତାହ । ଏହି ଅଵସରରେ ୪୦୦ ଲୋକଙ୍କ ପ୍ରସାଦ ସେବନ ଲାଗି ଖାଦ୍ୟ ରନ୍ଧା ହୋଇଥିଲା । ହେଲେ ପ୍ରସାଦ ସେବନ ସମୟରେ ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଥିବା ଦେଖି ଲୋକେ ଭୟଭୀତ ହୋଇ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ମେଡିକାଲରେ ଚିକିତ୍ସା ହୋଇଛନ୍ତି । ଅନ୍ୟପଟେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ମେଡିକାଲରେ ସ୍ଵାସ୍ଥ୍ୟ ପରୀକ୍ଷା ପାଈଁ ଲମ୍ବା ଲାଇନ ଦେଖିବାକୁ ମିଳିଛି l